OnaKhabar

ଶେଷରେ ଉଦ୍ଧାର ହେଲେ ୯ ଓଡିଆ ଶ୍ରମିକ

0 9

ଭୁବନେଶ୍ୱର: ଶେଷରେ ରାଜ୍ୟ ଫେରିଲେ ଓଡିଆ ଶ୍ରମିକ | ଦୁବାଇରେ ଫସି ରହିଥିବା ୧୦ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ଏମାନେ ସମସ୍ତେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି ।
ସୂଚନା ଅନୁସାରେ ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଜିଲ୍ଲାର ୧୦ ଜଣ ଓଡ଼ିଆ ଶ୍ରମିକ ଦୁବାଇକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ କମ୍ପାନୀ ସେମାନଙ୍କୁ ନିର୍ଯାତନା ଦେଉଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା । ଏପରିକି ସେମାନଙ୍କୁ ସେଠାରେ ଦରମା ଦିଆଯାଉନାହିଁ ବୋଲି ଶ୍ରମିକମାନେ ଅଭିଯୋଗ କରିବା ସହ ସୋଶାଲ ମିଡିଆ ଜରିଆରେ ଉଦ୍ଧାର ପାଇଁ ନିବେଦନ କରିଥିଲେ । ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଦେଶ ମନ୍ତ୍ରାଳୟର ସହଯୋଗ ଲୋଡିଥିଲେ ।
ବୈଦେଶିକ ମନ୍ତ୍ରାଳୟ ସହଯୋଗରେ ୯ ଜଣ ଓଡ଼ିଆ ଶ୍ରମିକ ଆଜି ଦିଲ୍ଲୀ ଫେରିଛନ୍ତି । ଏମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଛନ୍ତି । ରହି ଯାଇଥିବା ଅନ୍ୟଜଣେ ଶ୍ରମିକଙ୍କର ଅଫିସିଆଲ୍‌ କାଗଜପତ୍ର କାମ ସରିବା ପରେ ଫେରିବେ ବୋଲି ସୂଚନା ମିଳିଛି । ଧର୍ମେନ୍ଦ୍ର ପ୍ରଧାନ ଏହି ୯ ଶ୍ରମିକଙ୍କୁ ଓଡିଶା ପଠାଇବାର ବ୍ୟବସ୍ଥା କରିଛନ୍ତି ।

https://www.onakhabar.com/2019/06/two-dead-in-unknown-disease-at-koraput/

Leave A Reply

Your email address will not be published.