OnaKhabar

ଭାରସାମ୍ୟ ହରାଇ ଓଲଟିଲା ତେଲ ବୋଝେଇ ଟ୍ରକ, ତେଲ ଲୁଟିଲେ ସ୍ଥାନୀୟ ଲୋକେ

0 9

କେନ୍ଦୁଝର: ରାଜ୍ୟରେ ଦିନକ ଦିନ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଥଇବା ବେଳେ ଆଜି ପୁଣି ଏକ ତେଲ ବୋଝେଇ ମିନି ଟ୍ରକ୍ ଓଲଟି ପଡିଥିବାର ସୂଚନା ମିଳିଛି । ତେବେ ଟ୍ରକଟି ଓଲଟି ପଡିବାରୁ ଜ୍ରାଇଭର ଫେରାର ହୋଇଯାଇଥିବାର ସୂଚନା ମିଳିଛି | ତେବେ ଆଶ୍ଚର୍ଯ୍ୟ କଥା ଲୋକେ ଡ୍ରାଇଭରକୁ ଉଦ୍ଧାର କରିବେ କ’ଣ, ତେଲ ଲୁଟିବାରେ ଲାଗିଥିବାର ଦେଖିବାକୁ ମିଳିଥିଲେ | ଏପିର ଅଭାବନୀୟ ଘଟଣା ଘଟଗାଁ ଥାନା ନିକଟ ୨୦ ନମ୍ବର ଜାତୀୟ ରାଜପଥର ଗୋଳାବନ୍ଧ ଗାଁ ନିକଟରେ ଘଟିଛି |
ସୂଚନାନୁଯାୟୀ, ଭାରସାମ୍ୟ ହରାଇବା ଯୋଗୁ ଜାତୀୟ ରାଜପଥ କଡ଼କୁ ମିନି ଟ୍ରକଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ । ତେବେ ଡ୍ରାଇଭର୍‌ ନଥିବାର ସୁଯୋଗ ନେଇ ଲୋକେ ତେଲ ଲୁଟ୍‌ କରିବା ଆରମ୍ଭ କରିଥିଲେ । ରାସ୍ତାରେ ଯାଉଥିବା ଲୋକ ମଧ୍ୟ ଗାଡ଼ିରୁ ଓହ୍ଲାଇ ତେଲ ବୋହିବାରେ ଲାଗିଥିଲେ । ଏପରିକି ନିକଟରେ ଥିବା କିଛି ଗାଁ ଲୋକେ ସାଇକେଲ୍, ବାଇକ୍ ଯୋଗେ ତେଲ ନେଇ ଚାଲିଥିଲେ । ପିଲାଠୁ ବୟସ୍କ କେହି ବି ଏଥିରୁ ବାଦ୍ ପଡ଼ିନାହାନ୍ତି । ତେବେ ଲୋକେ ଏପରି କାଣ୍ଡ କରିଥିବା ଭିଡିଓ ଏବେ ସୋଶାଲ ସାଇଡରେ ଭାଇରାଲ ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି |

https://www.onakhabar.com/2019/06/bike-accident/

 

Leave A Reply

Your email address will not be published.