OnaKhabar

ପୁଣି ମାତିଲେ ମାଓବାଦୀ, ମାଓ ପୋଷ୍ଟର ଲଗାଇ 24 ଘଣ୍ଟିଆ ଦେଲେ ବନ୍ଦ ଡାକରା

0 0

ଫୁଲବାଣୀ: ପୁଣି ଆତଙ୍କ କରିବାର ଯୋଜନା କଲେ ମାଓବାଦୀ | ପୋଷ୍ଟ ଲଗାଇ ଦେଲେ ଧମକ | ଏପରି କାଣ୍ଡ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କଟାପାଙ୍ଗ ଗ୍ରାମ ନିକଟ ରାସ୍ତାରେ ମାଓ ପୋଷ୍ଟର ଓ ବ୍ୟାନର ଲଗାଇ ଥିବାର ଦେଖିବାକୁ ମିଳୁଛନ୍ତି | ମାଓପୋଷ୍ଟର ଦେଖିବା ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ତେବେ ଏହି ପୋଷ୍ଟର କେକେବିଏନ୍‌ ମାଓବାଦୀ ସଙ୍ଗଠନ ପକ୍ଷରୁ ଲଗାଯାଇ ଥିବାର ଜଣାପଡିଛି । ପୋଷ୍ଟରରେ ସରକାରଙ୍କ ଦମନ ନୀତିକୁ ବିରୋଧ କରି ଆଜି 24 ଘଣ୍ଟିଆ ଓଡ଼ିଶା ଓ ପୂର୍ବ ଛତିଶଗଡ ବନ୍ଦ ପାଳନ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଏହା ବ୍ୟତୀତ ପୋଲିସର ଦମନଳୀଳା ଓ ପୋଲିସ ଇନଫର୍ମର ଭାବେ କାମ କରୁଥିବା ଲୋକଙ୍କୁ ସେମାନଙ୍କ କାମରୁ ନିବୃତ୍ତ ରହିବାକୁ ମଧ୍ୟ ଚେତାବନୀ ଦିଆଯାଇଛି |

https://www.onakhabar.com/2019/05/five-maobadi-died-in-encounter/

Leave A Reply

Your email address will not be published.