OnaKhabar

ଘରୋଇ ଉପଚାରରେ କେଶ ଝଡିବା କରନ୍ତୁ ନିୟନ୍ତ୍ରଣ…

65

ଭୁବନେଶ୍ୱର: ଆଜିକାଲି କେଶ ଝଡିବା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଉଭୟ ଯୁବପିଢୀଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତଙ୍କର ଏହି ସମସ୍ୟା ଥିବା ଦେଖିବାକୁ ମିଳୁଛି । ତେବେ ଏହି କେଶ ଝଡିବା ସମସ୍ୟାର ପ୍ରମୁଖ କାରଣ ପ୍ରଦୂଷଣ ବୋଲି ଅନୁମାନ କରିହେଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ନାନା ପ୍ରକାର ଉପାୟକୁ ଅବଲମ୍ବନ କରିଥାଉ । ମାତ୍ର ଏଥିରେ କୌଣସି ସୁଫଳ ମିଳିନଥାଏ । ଆମେ କେଶ ଝଡିବାର ମୁକ୍ତି ପାଇବା ଲାଗି ଅନେକ ପ୍ରକାରର ସ୍ୟାମ୍ପୁ ଓ ସାବୁନକୁ ପ୍ରୟୋଗ କରିଥାଉ । ତେବେ ସ୍ୟାମ୍ପୁରେ ଥିବା କେମିକାଲ କେଶ ଝଡିବା ଆୟତ୍ତ କରିବା ବଦଳରେ ଆହୁରି ଖରାପ କରିଥାଏ । ତେବେ କେମିକାଲ ଯୁକ୍ତ ପଦାର୍ଥକୁ ବ୍ୟବହାର ନ କରି କିଛି ଘରୋଇ ଉପାୟ ସାହାଯ୍ୟରେ ମଧ୍ୟ କେଶ ଝଡିବା ନିୟନ୍ତ୍ରଣ ଦୂର କରିପାରିବେ । ତେବେ ଚାଲନ୍ତୁ ଜାଣିବା କେଉଁ ଘରୋଇ ଉପଚାର କଲେ କଣ ସୁଫଳ ମିଳିବ….
* ଏକ କାଚ ପାତ୍ରରେ କିଛି ପରିମାଣର ଆଲୋଭେରା ଜେଲ ନେଇ ସେଥିରେ ୩ ଚାମଚ ନଡିଆ ତେଲ ଓ ଅଳ୍ପ ମହୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।
* ଏହା ପରେ ବ୍ରଶ ସାହାଯ୍ୟରେ ଭଲ ଭାବରେ ଏହାକୁ କେଶରେ ମାଲସ କରନ୍ତୁ ।
* ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ପେଷ୍ଟକୁ ଲଗାଇ ରଖିବା ପରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ ।
*ମାସକୁ ୨ଥର ଏପରି କରିବା ଦ୍ୱାରା କେଶ ଝଡିବା ସମସ୍ୟା ଦୂର ହେବା ସହ କେଶରୁ ରୂପି ସମସ୍ୟ ମଧ୍ୟ ଦୂର ହୋଇଥାଏ ।