OnaKhabar

ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ଗୀତ ଗାଇଲେ ଗଜପତି ଏସ୍‌ପି ସାରା ଶର୍ମା

0 20

ଗଜପତି: ରାଜ୍ୟରେ ନୂଆ ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳୁଛି | ଗଜପତି ଏସ୍‌ପି ସାରା ଶର୍ମା ଗୀତ ଗାଇ ପରିବର୍ତ୍ତନ ସ୍ୱର ଜାଗୃତ କରିଥିବାର ଦେଖିବାକୁ ମିଳୁଛନ୍ତି । ଷ୍ଟୁଡିଓରେ ପ୍ରଫେସନାଲ୍ ସିଙ୍ଗର ଭଳି ଏସ୍‌ପି ଗୀତ ରେକର୍ଡ କରିଛନ୍ତି । ଏସ୍‌ପିଙ୍କର ଏହି ଗୀତ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି ।

ସୂଚନାନୁଯାୟୀ, ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ଗଜପତି ଏସ୍‌ପି ଏହି ନିଆରା ପଦକ୍ଷେପ ନେଇଛନ୍ତି । ଗୀତରେ ମହିଳା ସୁରକ୍ଷା ପାଇଁ ସେ ବାର୍ତ୍ତା ଦେଇଛନ୍ତି । ଗଜପତି ଜିଲ୍ଲାରେ ମହିଳାଙ୍କ ସୁରକ୍ଷା ନେଇ ଗଠନ ହୋଇଛି ‘SHE TEAM’ । ଖୋଦ୍ ଏସ୍‌ପି ସାରା ଶର୍ମାଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏହି ଟିମ୍ ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ କାମ କରିବ । ଲୋକଙ୍କୁ ସଚେତନ କରିବା ଏବଂ ବିଭିନ୍ନ ଘଟଣାକୁ ତଦାରଖ କରିବା ପାଇଁ ମହିଳା ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଏହି ଟିମ୍ ମହିଳାଙ୍କ ସୁରକ୍ଷାକୁ ନେଇ ତଦାରଖ କରିବ ।

Leave A Reply

Your email address will not be published.