OnaKhabar

ବିଧାନସଭାରେ ଅଶ୍ୱିନୀ ଝଡ, ନବୀନଙ୍କ ଠାରୁ ସ୍ପଷ୍ଟିକରଣ ଲୋଡିଲା କଂଗ୍ରେସ

0 0

ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସର୍ମଥନ କରିବା ଘଟଣାକୁ ନେଇ ରାଜନୀତି ଥମୁନାହିଁ । ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଆଜି ବିଧାନସଭାରେ ଉଠାଇଛି । ବିଭିନ୍ନ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସ୍ପଷ୍ଟିକରଣ ଦାବି କରିଛି । ଏହି ବିଷୟକୁ ନେଇ କଂଗ୍ରେସ ଆଜି ବିଧାନସଭାରେ ପାଟିତୁଣ୍ଡ ଓ ହୋହଲ୍ଲା କରିଥିଲା । ବାଚସ୍ପତି ସୂର୍ଯ୍ୟନାରାୟ ପାତ୍ରଙ୍କ ସହ କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀ ପତିଙ୍କ ସହ ପାଟିତୁଣ୍ଡ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ବାଚସ୍ପତି ଗୃହକୁ ମୁଲତବି ରଖି ସବୁ ଦଳ ନେତାମାନଙ୍କୁ ଆଲୋଚନାକୁ ଡାକିଥିଲେ ।
ଆଜି ବିଧାନସଭାରେ ଶୂନ କାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ବିଜେଡି- ବିଜେପି ଏବେ ନିକଟତର ହେଉଥିବା ଦେଖାଦେଉଛି । ମୁଖ୍ୟମନ୍ତ୍ରୀ ପ୍ରଥମେ ଅଶ୍ୱିନୀ ବୈଷ୍ଣବ ବିଜେଡିି ପ୍ରାର୍ଥୀ ବୋଲି ଘୋଷଣା କଲେ । କିଛି ସମୟ ପରେ ମତ ପରିବର୍ତ୍ତନ କରି କହିଲେ ସେ ବିଜେପି ପ୍ରାର୍ଥୀ । କେନ୍ଦ୍ରମନ୍ତ୍ରୀ କହୁଛନ୍ତି ଆମର ଖୋଲାଖୋଲି ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ କହିଲା ପରେ ମୁଖ୍ୟମନ୍ତ୍ରୀ ସର୍ମଥନ ଦେଇଛନ୍ତି । ଏଣୁ ବିଜେପି -ବିଜେଡି ଭିତରେ ବୁଝାମଣା ରହିଛି । ଏଣୁ ବିରୋଧୀ ଦଳ ଏଠି କେହି ନାହାନ୍ତି । ବିଜେଡି ଏକ ଆଞ୍ଚଳିକ ଦଳ । ଓଡିଶାର ଲୋକଙ୍କୁ ପ୍ରାର୍ଥୀ ନ କରି ରାଜ୍ୟ ବାହାରର ଲୋକଙ୍କୁ କାହିଁକି ସର୍ମଥନ ଦେଇଛି । ଇଚ୍ଛାଧୀନ କୋଟା ଘଟଣାରେ ତାରାଦତ୍ତ କମିଟି ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ରହିଛି । ତାରାଦତ୍ତଙ୍କ ରିପୋର୍ଟକୁ ନେଇ ତଦନ୍ତ ପାଇଁ ଭିଜିଲାନ୍ସକୁ ଦିଆଯାଇଛି । ଏଣୁ ତଦନ୍ତ ପାଇଁ ଦିଆଯିବା ଅର୍ଥ ଏଥିରେ କିଛି ବେଆଇନ କାର୍ଯ୍ୟ ହୋଇଛି । ଆଉ ତାଙ୍କ ବିରୋଧରେ ଏହା ଏକ ଦାଗ ।
ଶ୍ରୀ ମିଶ୍ର କହିଥିଲେ ଯେ, ଖଣି ଦୁର୍ନୀତି ନେଇ ଶାହା କମିଶନଙ୍କ ରିପୋର୍ଟରେ ଯେଉଁ ସଂସ୍ଥାମାନଙ୍କ ନାଁ ରହିଛି ଗୋଟ୍ିଏ ସଂସ୍ଥାର ନିର୍ଦ୍ଦେଶକ ଥିଲେ ଅଶ୍ୱିନୀ ବୈ÷ଷ୍ଣବ । ଶାହା ସିବିଆଇ ତଦନ୍ତ ପାଇଁ ତାଙ୍କ ରିପୋର୍ଟରେ ସୁପାରିଶ କରିଥିଲେ । କିନ୍ତୁ ଏନଡିଏ ସରକାର ୫ ବର୍ଷ ରହିଲେ ହେଲେ ସିବିଆଇ ତଦନ୍ତ ଆଦେଶ ଦେଲେ ନାହିଁ । ଏଣୁ ବିଜେପି ବିଜେଡି ଭିତର ସମ୍ପର୍କ ଜଣାପଡି ଯାଉଛି । ମୁଖ୍ୟମନ୍ତ୍ରୀ ଏହା ଉପରେ ଗୃହରେ ସ୍ପଷ୍ଟି କରଣ ଦିଅନ୍ତୁ ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏହି ଅଭିଯୋଗ କରିଥିଲେ । ଅଶ୍ୱିନୀ ବୈଷ୍ଣବ ପ୍ରଭାକରଣଙ୍କ ତ୍ରିବେଣୀ ଆର୍ଥ ମୁଭର୍ସର ନିର୍ଦ୍ଦେଶକ ଥିଲେ । ଅମିତ ଶାହଙ୍କ ପୁଅ ସହ ବି ତାଙ୍କର ସମ୍ପର୍କ ରହିଛି । ସେ ବିଭିନ୍ନ ଦୁର୍ନିତୀ ଅଭିଯୋଗ ମଧ୍ୟ ଆଣିଥିଲେ । ପୂର୍ବରୁ ବିଜେପି ବିଜେଡି ମେଣ୍ଟ ଥିଲା । ଏବେ ବୁଝାମଣାରେ ସରକାର ଚାଲିଛି । ନହେଲେ ବିଜେଡିର ୧୧୧ ଜଣ ବିଧାୟକ ଥିବାରୁ ତିନୋଟି ରାଜ୍ୟସଭା ଆସନ ପାଇପାରିଥାନ୍ତେ । କାହିଁକି ଗୋଟିଏ ବିଜେପିକୁ ଦେଲେ । ଏଥିରୁ ସେମାନଙ୍କ ସମ୍ପର୍କ ଜଣାପଡିଲା ।
କିନ୍ତୁ ବାଚସ୍ପତି ଏହା ଉପରେ ଗୁରୁତ୍ୱ ନ ଦେଇ ମୁଲତବି ଆଲୋଚନାକୁ ଯିବାରୁ ଏହାକୁ ବିରୋଧ କରି କଂଗ୍ରେସ ବିଧାୟମାନେ ଗୃହ ମଧ୍ୟକୁ ଆସି ପାଟି ତୁଣ୍ଡ କରିଥିଲେ । ଯାହାକୁ ନେଇ ବାଚସ୍ପତି ଓ ବାହିନୀପତିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

https://www.onakhabar.com/2019/06/all-rajyasabha-candidates-of-odisha-are-corerpati/

Leave A Reply

Your email address will not be published.