OnaKhabar

ବଡିର୍ଗାଡ(ଅଙ୍ଗରକ୍ଷୀ) ପାଇଁ ପୁଣି ଅଡୁଆରେ ପଡିଲେ ଦବଙ୍ଗଷ୍ଟାର ସଲମାନ୍ ଖାନ୍

0 0

ମୁମ୍ବାଇ: ସବୁବେଳେ ନିଜ କାରନାମା ପାଇଁ ଚର୍ଚ୍ଚାରେ ରହୁଥିବା ଦବଙ୍ଗ ଷ୍ଟାର ସଲମାନ ଖାନ୍ ପୁଣି ଥରେ ବିବାଦକୁ ଆସିଥିବାର ସୂଚନା ମିଳିଛି । ତେବେ ଏଥର ସେ ନିଜ କାରଣରୁ ନୁହେଁ ବରଂ ତାଙ୍କ ବଡିର୍ଗାଡ(ଅଙ୍ଗରକ୍ଷୀ) ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସଲମାନଙ୍କ ସହ ତାଙ୍କ ବଡିର୍ଗାଡ(ଅଙ୍ଗରକ୍ଷୀ) ନାଁରେ ଜଣେ ସାମ୍ବାଦିକ ଅଭିଯୋଗ କରିଥିବାର ଜଣାପଡିଛି । ବରିଷ୍ଠ ସାମ୍ବାଦିକ ଅଶୋକ ପାଣ୍ଡେଙ୍କୁ ତାଙ୍କ ବଡିର୍ଗାଡ(ଅଙ୍ଗରକ୍ଷୀ) ମାନେ ଆକ୍ରମଣ କରିଥିବାରୁ ମୁମ୍ବାଇର ଅନେ୍ଧରିର ଅତିରିକ୍ତ ମୁଖ୍ୟ ମେଟ୍ରୋ ପଲିଟାନ ମାଜିଷ୍ଟ୍ରଟ ଆରଆର ଖାନଙ୍କ ଅଦାଲତରେ ଧାରା ୩୨୩,୩୯୨ ଓ ୫୦୬ ଜରିଆରେ ମାମଲା ରୁଜୁ କରିଛନ୍ତି । ଯାହାର ଶୁଣାଣି ଆସନ୍ତା ୧୨ ତାରିଖ ହେବ ବୋଲି ସୂଚନା ମିଳିଛି ।

ଏହି ଘଟଣା ଏପ୍ରିଲ ୨୪ତାରିଖ ସକାଳେ ଘଟିଥିଲା । ସାମ୍ବାଦିକଙ୍କ ଅଭିଯୋଗ ମୁତାବକ,ସଲମାନ ସାଇକେଲ ଚଳାଉଥିବା ସମୟରେ ତାଙ୍କ ସହ ୨ଜଣ ଅଙ୍ଗରକ୍ଷୀ ଥିଲେ । ସାମ୍ବାଦିକ ଜଣଙ୍କ ଅଙ୍ଗରକ୍ଷୀଙ୍କ ଠାରୁ ଅନୁମତି ନେଇ ମୋବାଇଲ ଦ୍ୱାରା ସଲମାନଙ୍କର ଭିଡିଓ ସୁଟ କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ସଲମାନ ରାଗିଯାଇ ଥିଲେ ଏବଂ ତାଙ୍କର ଅଙ୍ଗରକ୍ଷୀମାନେ ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ କାର ଅଭିମୁଖେ ଯାଇ ମାରପିଟ୍ କରିବା ଆରମ୍ଭ କରିଥିଲେ ,କେବଳ ଏତିକି ନୁହେଁ ତାଙ୍କ ମୋବାଇଲ ବି ଛଡାଇ ନେଇଥିଲେ । ପୁଲିସ ତାଙ୍କ ଅଭେଯାଗକୁ ଗ୍ରହଣ ନକରିବାରୁ ସେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି ବୋଲି ପାଣ୍ଡେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.