OnaKhabar

ଝାଡଖଣ୍ଡରେ ସଡକ ଦୁର୍ଘଟଣା, ମୟୁରଭଞ୍ଜର ବାପ-ପୁଅ ସମେତ ମହିଳା ମୃତ

38

ଝାଡଖଣ୍ଡ: ରାଜ୍ୟ ଓ ରାଜ୍ୟ ବାହାରେ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି | ତେବେ ଏହି ପରିପେକ୍ଷରେ ଆଜି ପୁଣି ଏକ ସଡକ ଦୁର୍ଘଟଣା ଘଟି ତିନିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି | ଏପିର ମର୍ମନ୍ତୁଦ ଦୁର୍ଘଟଣା ଝାଡଖଣ୍ଡରେ ଘଟିଛି | ତେବେ ଏହି ଦୁର୍ଘଟଣାରେ ଓଡିଶାର ଗୋଟିଏ ପରିବାରର ଦୁଇଜଣଙ୍କ ସମେତ ଅନ୍ୟ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକମାନେ ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବାଟଦୁମା ଗାଁର ବୋଲି ଜଣା ପଡିଛି ।
ଏହି ଦୁର୍ଘଟଣାରେ ବାପାଙ୍କ ସମେତ ୧୦ ବର୍ଷର ପୁଅ ଓ ଅନ୍ୟଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।
ସୂଚନାନୁଯାୟୀ, ବାଇକ୍‌ରେ ଆସୁଥିବା ସମୟରେ ଏକ ଯାତ୍ରୀବାହୀ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା । ଏହି ଧକ୍କାରେ ତିନିଜଣ ରାସ୍ତାକଡକୁ ଛିଟିକି ପଡିଥିଲେ, ଯାହା ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ସୁଦ୍ଧା ମହିଳା ଜଣଙ୍କର ସଠିକ ପରିଚୟ ମିଳିପାରିନାହିଁ ।

https://www.onakhabar.com/2019/06/mustard-oil-tank-accident/