OnaKhabar

କ୍ରାଇମବ୍ରାଞ୍ଚ ଜାଲରେ ତିନି ଜମିଦଲାଲ, ଠକି ନେଇଥିଲେ ୭କୋଟି

0 10

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଠକ । ଜମିଦେବା ନାଁରେ ଏହି ଠକମାନେ କୋଟିକୋଟି ଟଙ୍କା ଠକି ନେଇତିବାର ଅଭିଯୋଗ ହୋଇଛି | ଆଜି ଏଭଳି ଏକ ଘଟଣାର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା । କ୍ରାଇମବ୍ରାଞ୍ଚ ଏହି ମାମଲାରେ ୩ଜଣଙ୍କୁ ମଧ୍ୟ ଗିରଫ କରିଛି ।
ସୂଚନାନୁସାରେ, ତିନିଜଣ ବ୍ୟକ୍ତି ରାଜଧାନୀରେ ଦୀର୍ଘଦିନ ଧରି ଜମି କାରବାର କରୁଥିଲେ । ସେମାନେ ମଦନପୁର ଅଂଚଳରେ ଜମି ଦେବାକୁ କହି ୧୬୦ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଠକିଥିଲେ । କେବଳ ଏତିକି ନୁହେଁ ଚକ୍ରାନ୍ତ କରି ପ୍ରାୟ ୭କୋଟି ଟଙ୍କା ଠକିନେବାରେ ସଫଳ ହୋଇଥିଲେ । ଆଜି କ୍ରାଇମବ୍ରାଞ୍ଚ ଏହି ଜିନିଜଣ ଠକଙ୍କୁ ଗିରଫ କରିଛି । ସେମାନଙ୍କୁ ଅଧିକ ପଚାରଉଚରା ଜାରି ରହିଛି ।

https://www.onakhabar.com/2019/06/loot-in-bbsr/

Leave A Reply

Your email address will not be published.