OnaKhabar

ବସକୁ ଧକ୍କା ଦେଲା ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲା ଜୀବନ

57

ରାୟଗଡ଼ା : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କିନ୍ତୁ ଡ୍ରାଇଭରମାନଙ୍କର ବେପରୁଆ ଡ୍ରାଇଭିଂରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ | ଏହି ପରିପେକ୍ଷରେ ଆଜି ପୁଣି ରାୟଗଡ଼ା ଜିଲ୍ଲା ଜେକେପୁର ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଏକ ଓଏସ୍‌ଆର୍‌ଟିସି ବସ୍‌କୁ ଏକ ଟ୍ୟାଙ୍କର ଧକ୍କା ଦେଇଥିବାର ସୂଚନା ମିଳିଛି । ଏଥିରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି ।
ସୂଚନା ଅନୁସାରେ, ଗତକାଲି ରାତିରେ ଜେକେପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଏସ୍‌ଆର୍‌ଟିସି ବସ୍‌ ପେଟ୍ରୋଲ ପମ୍ପ ନିକଟରେ ପାର୍କିଂ କରିଥିଲା । ବସ୍‌ରେ କେହି ଯାତ୍ରୀ ନ ଥିଲେ । ଆଜି ସକାଳେ ରାୟଗଡ଼ା ଯାଉଥିବା ଏକ ଟ୍ୟାଙ୍କର ବସ୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା । ବସ୍‌ର ଛାତ ଉପରେ ଡ୍ରାଇଭର ଓ କଣ୍ଟକ୍ଟର ଶୋଇଥିଲେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଚାନ୍ଦିଲି ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭର ଓ ଗାଡ଼ିକୁ ଅଟକ ରଖିଛି । ଏଥିସହ ପୁଲିସ୍‌ ଘଟଣାର ତଦନ୍ତ କରୁଛି ।