OnaKhabar

ଝାଡ଼ଖଣ୍ଡରେ ବସ ଦୁର୍ଘଟଣାରେ ୬ ମୃତ, ୩୯ ଗୁରୁତର

0 8

ରାଂଚି: ଆଜି ଝାଡ଼ଖଣ୍ଡର ଗରୱା ନିକଟରେ ଏକ ବସ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବାର ବ୍ୟବସ୍ଥା କରାଯାଉଛି । ପାହାଡିଆ ଅଚଂଳ ଦେଇ ବସଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ନିଜର ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଛି । ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ପୋଲିସ ପହଂଚି, ସ୍ଥାନୀୟ ଲୋକଙ୍କର ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚଳିତ ମାସର ୧୦ ତାରିଖରେ ମଧ୍ୟ ଝାଡ଼ଖଣ୍ଡରେ ଏକ ବସ ଦୁର୍ଘଟଣା ଘଟିଥିଲା । ହଜାରୀବାଗ ଜିଲ୍ଲା ଦେଇ ଯାଇଥିବା ପାଟଣା ଅଭିମୁଖେ ଯାଉଥିବା ଏକ ବସକୁ ଜାତୀୟ ରାଜପଥ ନମ୍ବର ୨ରେ ଏକ ଲୁହା ସାମଗ୍ରୀ ନେଇ ଯାଉଥିବା ଟ୍ରକ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା । ଫଳରେ ଏଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା । ଧନୁଆ-ଭନିଆ ଅଂଚଳରେ ଚୌପରାନ ଥାନା ଅଂଚଳରେ ଘଟିଥିବା ଏହି ଦୁର୍ଘଟଣାରେ ବସକୁ ଟ୍ରକ ପଛପଟରୁ ଧକ୍କା ଦେଇଥିଲା ।

Leave A Reply

Your email address will not be published.