OnaKhabar

ଯୁକ୍ତ ତିନି ଛାତ୍ରୀଙ୍କୁ ହତ୍ୟା କରି ଫିଙ୍ଗିଲେ ପୋଖରୀରେ….

77

ବାଲେଶ୍ୱର: ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ଘଟିଥିବାର ସୂଚନା ମିଳିଛି | ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ହତ୍ୟା କରି ଫିଙ୍ଗି ଦେଇଥିବା ଜଣାପିଡିଛି | ଏପରି ଅଭାବନୀୟ ଘଟଣା ବାଲେଶ୍ୱରର ଫକୀରମୋହନ ନଗରରେ ଘଟିଥିବାର ସୂଚନା ମିଳିଛି | ସୂଚନାନୁଯାୟୀ, ଆଜି ସକାଳେ ଛାତ୍ରଙ୍କ ମୃତଦେହ ଫକୀରମୋହନ ନଗରର ଏକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏହା ଦେଖିବା ପରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ଫଳରେ ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ତେବେ ଛାତ୍ରଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଥିବା ବେଳେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ |

https://www.onakhabar.com/2019/06/dead-body-found-3/