OnaKhabar

ସ୍ନାନପୂର୍ଣ୍ଣିମା ବିଶୃଙ୍ଖଳା: ୨ ସେବାୟତ ନିଲମ୍ବିତ

0 40

ପୁରୀ: ସ୍ନାନପୂର୍ଣ୍ଣିମା ବିଶୃଙ୍ଖଳାରେ ୨ ସେବାୟତ ନିଲମ୍ବିତ ହୋଇଛନ୍ତି | ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀଙ୍କୁ ସ୍ନାନବେଦୀକୁ ନେଇଥିବା ସେବାୟତଙ୍କ ପାଇଁ ଅଡୁଆ ବଢିଛି । ପ୍ରଥମେ ନୋଟିସ ଜାରି କରାଯିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଜଣଙ୍କୁ ନିଲମ୍ବନ କରାଯାଇଛି ।
ଆଜି ସକାଳେ ସ୍ନାନପୂର୍ଣ୍ଣିମାରେ ହୋଇଥିବା ବିଶୃଙ୍ଖଳାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କିଛି ସେବାୟତଙ୍କୁ ନୋଟିସ ଜାରି କରିଥିଲା । ସେବାୟତଙ୍କ ନାମରେ ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀଙ୍କୁ ସ୍ନାନବେଦୀ ଉପରକୁ ଚଢାଇବା ଅଭିଯୋଗ ରହିଥିଲା । ଏହାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ ଆଜି ଦୁଇଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ହୋଇଥିବା ସେବାୟତ ହେଲେ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆ । ଉଭୟଙ୍କୁ ଶ୍ରୀମନ୍ଦିର ଆଇନ ୨୧(ଖ) ଧାରାରେ ନିଲମ୍ବନ କରାଯାଇଛି । ସିସିଟିଭି ଯାଂଚ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏତତ୍ ବ୍ୟତୀତ, ବିଧାୟକ ନିଜ ନାମରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅପରପକ୍ଷେ ତାଙ୍କୁ ମଧ୍ୟ ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ନୋଟିସ ଜାରି କରିଛି ।

Leave A Reply

Your email address will not be published.