OnaKhabar

ସ୍କୁଲ ଛାତରୁ ଖସିଲା କଂକ୍ରିଟ, ଆହତ ହେଲେ ଦୁଇ ଛାତ୍ର

0 12

ଲଖନପୁର: ସ୍କୁଲ ଛାତରୁ କଂକ୍ରିଟ ଖସି ଦୁଇ ଛାତ୍ର ଆହତ ହୋଇଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଜାମଗା ୟୁଜଏମଇ ସ୍କୁଲରେ ଘଟିଛି | ଦୁଇ ପଞ୍ଚମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଆଜି ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିଲେ। ଏହି ସମୟରେ ହଠାତ୍‌ ଛାତରୁ ପଲସ୍ତରା ଖସି ପଡ଼ିଥିଲା । ଫଳରେ ବୁଲୁ ତିହିରିଆ ଓ ରାଜୁ ଗଡୁଆଲ ଆହତ ହୋଇଥିଲେ । ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତି ସୃଷ୍ଟି ହୋଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଶ୍ରେଣୀଗୃହର ଛାତ ମରାମତି କରିବାକୁ ଦାବି ହେଉଛି ।

https://www.onakhabar.com/2019/06/lover-video-viral-at-karanjia/

Leave A Reply

Your email address will not be published.