OnaKhabar

ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର, ଏଜିଡେଙ୍କ କୋର୍ଟରେ ହାଜର

41

ବଲାଙ୍ଗୀର: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ | ଶେଷରେ ଗିରଫ ହେଲେ ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର । ବଲାଙ୍ଗୀରରେ ପାଟଣାଗଡ଼ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ବସଉଠ କରାଇବା ଘଟଣା ସକାଳେ ନୂଆ ମୋଡ଼ ନେଇଥିଲା । ପୋଲିସ ଆଜି ବିଧାୟକ ସରୋଜ ମେହେରଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖିବା ପରେ ଗିରଫ କରିଥିବାର ଦେଖିବାକୁ ମିଳୁଛି |
ଉଲ୍ଲେଖନୀୟ, ପାଟଣାଗଡ଼ ବିଧାୟକ ସର୍ବସମ୍ମୁଖରେ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ବସଉଠ କରାଉଥିବା ଭିଡ଼ିଓରେ ତଥା ଘଟଣାରେ ଆଜି ବିଧାୟକ ସରୋଜ ମେହେରଙ୍କୁ ପୋଲିସ ଗିରଫ କରିଛି । ସକାଳୁ ପାଟଣାଗଡ଼ ଥାନାରେ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା । ପାଟଣାଗଡ଼ ଥାନାରେ ଏସପି ଏସ.ସୁବ୍ରାମଣି ମଧ୍ୟ ଉପସ୍ଥିତ ଥିଲେ । ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା ପରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ବିଧାୟକଙ୍କୁ ଏଡିଜେ କୋର୍ଟରେ ହାଜର ହୋଇଥିବାର ସୂଚନା ମିଳିଛି |

https://www.onakhabar.com/2019/06/patnagarh-mla-issue-news/