OnaKhabar

ସନ୍ଧ୍ୟା ସୁଦ୍ଧା ୫ଜିଲ୍ଲାରେ ବର୍ଷା ସହ ବଜ୍ରପାତ, ସର୍ତକ କଲା ପାଣିପାଗ ବିଭାଗ

0 8

ଭୁବନେଶ୍ୱର: ଶନିବାର ଠାରୁ ରାଜ୍ୟକୁ ଛୁଇଁଛି ମୈାସୁମୀ । ମୈାସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଝଡବର୍ଷା ସାଙ୍ଗକୁ ବଜ୍ରପାତ ଆଶଙ୍କା କରି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସୂଚନାନୁସାରେ, ବାଲେଶ୍ୱର , ମୟୂରଭଞ୍ଜ,କୋରାପୁଟ,ମାଲକାନଗିରି,ଭଦ୍ରକ ଜିଲ୍ଲାରେ ପ୍ରବଳ ଝଡବର୍ଷା ସାଙ୍ଗକୁ ବଜ୍ରପାତ ଆଶଙ୍କା ଥିବାରୁ ସନ୍ଧ୍ୟା ୭ଟା ୩୦ ଯାଏଁ ସତର୍କ ରହିବାକୁ କୁହାଯାଇଛି । ଏହି ସମୟରେ ଘରୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ତେବେ ଝଡବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଉଛି ।

https://www.onakhabar.com/2019/06/nderstrom-in-10-districts-alert/

 

Leave A Reply

Your email address will not be published.