OnaKhabar

ପ୍ରଦୀପ୍ତ ହେଲେ ବିଜେପି ବିଧାୟକ ଦଳ ନେତା

38

ଭୁବନେଶ୍ୱର : ବିଜେପି ବିଧାୟକ ଦଳର ନେତା ଭାବେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ମନୋନୀତ କରାଯାଇଛି | ସେ ହେବେ ବିରୋଧିଦଳର ନେତା | ଏନେଇ ବିଧାନସଭାରେ ବାଚସ୍ପତି ଘୋଷଣା କରିବେ |
ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶହ ଆଜି ଶ୍ରୀ ନାୟକଙ୍କ ନାମ ଉପରେ ମୋହର ମାରିଛନ୍ତି | ଏନେଇ ଦଳର ଓଡିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି | ବିଧାୟକ ଦଳ ନେତା ନିର୍ବାଚନ ନେଇ ରବିବାର ବିଧାୟକ ଦଳର ବୈଠକ ବସିଥିଲା | ଏଥିରେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ମଧ୍ୟ ଉପସ୍ଥିତ ଥିଲେ | ହେଲେ ବୈଠକରେ କୌଣସି ନିଷ୍ପତି ନିଆନଯାଇ ରାଷ୍ଟ୍ରୀୟ ଅଧକ୍ଷ ଶହଙ୍କ ଉପରେ ଦାଇତ୍ୱ ନ୍ୟସ୍ଥ୍ୟ କରାଯାଇଥିଲା |

https://www.onakhabar.com/2019/06/bjp-meeting-2/