OnaKhabar

ରାଜ୍ୟକୁ ଗୌରବ ଆଣିଲେ ଦୁଇ ଓଡିଆ ଝିଅ, ଦେଶ ବାହାରେ ରଚିଲେ ନିଜ ନାମ…

0 0

ଭୁବନେଶ୍ୱର: ରାଜ୍ୟକୁ ଗୌରବ ଆଣିଲେ ଦୁଇ ଓଡିଆ ଝିଅ । ଲିଟିଲ ମିସ ଓଡିଶା ଇଣ୍ଟରନେସନାଲ ପ୍ଲାନେଟ, ଡି.ଲା ଭାଲେଣ୍ଟିନା ଅନ୍ତଜାର୍ତୀୟ ସଂସ୍ଥାର ପ୍ରତିଯୋଗିତାରେ ଶ୍ରୀକୃତି ଶ୍ରେଷ୍ଠ ମନୋନୀତ ହୋଇଛନ୍ତି । ଜୁନ୍ ୨୧ରୁ ୨୭ ପର୍ଯ୍ୟନ୍ତ ବୁଲଗେରିଆର ଭରନାଠାରେ ବିଶ୍ୱ ଲିଟିଲ ମିସ ପ୍ଲାନେଟ ୟୁନିଭର୍ସରେ ଯୋଗ ଦେବା ପାଇଁ ଭାରତ ତରଫରୁ ଯାଇଛନ୍ତି । ଶ୍ରୀକୃତି ସେଣ୍ଟ ଯୋଶେଫ ଗାଲ୍ସ ସ୍କୁଲର ଷଷ୍ଠ ଶ୍ରଣୀର ଛାତ୍ରୀ । ସେ ସ୍ୱର୍ଗୀୟ ଡା. ଦୌପଦୀ ଦେବୀ ଏବଂ ଡା. କ୍ୟାପଟେନ ଲଳିତମୋହନ ମିଶ୍ରଙ୍କର ଏକମାତ୍ର ନାତୁଣୀ ଏବଂ ଡା. ସାଗର ମିଶ୍ର ଏବଂ ସ୍ୱାତୀଙ୍କର ଏକମାତ୍ର ଝିଅ ।
ସେହିପରି ନୂଆଦିଲ୍ଲୀରେ ଅନୁଷ୍ଠିତ ମିସେସ କୁଇନ ୟୁନିଭର୍ସ ୨୦୧୯ ପ୍ରତିଯୋଗିତା ର ଟାଇଟଲ ହାସଲ କରିଛନ୍ତି ଭଦ୍ରକର ଝିଅ ଓ ଭୁବନେଶ୍ୱର ବୋହୂ ପ୍ରତିମା ପଣ୍ଡା । ସହରର ସନ୍ଥିଆ ଗ୍ରାମର ପ୍ରତିମା ହେଉଛନ୍ତି ରତିକାନ୍ତ ଅଗସ୍ତିଙ୍କ ପତ୍ନୀ । ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ଓଡିଶାରୁ ୩ ଜଣ ଓ ଦେଶରୁ ମୋଟ ୪୫ ଜଣ ପ୍ରତିଯୋଗି ଭାଗ ନେଇଥିଲେ । ଏମଆଇଏଚଏମ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତାରେ ଗ୍ରୁମିଂ ସେକ୍ସନ, କ୍ୟାଟ ଓ୍ବାର୍କ, ସୁଇମିଂ ଓ୍ବରେ ଏକାନ୍ତ ସାକ୍ଷାତକାର , ମଞ୍ଚ ପ୍ରଦର୍ଶନ ଓ ସାଂସ୍କୃତିକ ପୋଷାକ ପରିଧାନ ଆଦି ବିଭାଗରେ ପ୍ରତିମା ସଫଳତା ହାସଲ କରିଥିଲେ ।

https://www.onakhabar.com/2019/06/suman-win-the-miss-india-frame/

Leave A Reply

Your email address will not be published.