OnaKhabar

ନରସିଂହ କଂଗ୍ରସ ବିଧାୟକ ଦଳ ନେତା

0 0

ଭୁବନେଶ୍ୱର : କଂଗ୍ରେସ ଶେଷ ମୁହୁର୍ତରେ ବିଧାୟକ ଦଳର ନେତା ନିର୍ବାଚନ କରିଛି | ୯ ଜଣିଆ ବିଧାୟକ ଦଳର ନେତାଭାବେ ପୂର୍ବତନ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ନିର୍ବାଚିତ କରିଛି | ସଂଖ୍ୟା କମ ଥିଲେବି ଜଣେ ଉପନେତା ମଧ୍ୟ ଦଳ ବାଛିଚି | ବିଧାୟକ ସନ୍ତୋଷସିଂ ସାଲୁଜାଙ୍କୁ ଉପନେତା କରାଯାଇଛି | ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ବିଧାୟକ ଦଳର ମୁଖ୍ୟ ସଚେତକ ଓ ବିଧାୟକ ମହମଦ ମୁକିମଙ୍କୁ ସେକ୍ରେଟାରୀ କରାଯାଇଛି | ଆଜି ବିଳମ୍ବରେ ଦଳ ପକ୍ଷରୁ ଏହା ପ୍ରକାଶ କରାଯାଇଛି | କଂଗ୍ରେସ ବିଧାୟକ ଦଳର ମୁଣ୍ଡ ଭାବେ ଶ୍ରୀ ମିଶ୍ରଙ୍କୁ ବଛାଯାଇଛି |

https://www.onakhabar.com/2019/05/niranjan-said-he-has-no-role-given-ticket-for-his-son/

Leave A Reply

Your email address will not be published.