OnaKhabar

ପ୍ରେମୀଯୁଗଳଙ୍କୁ ଲଣ୍ଡା କରି ଭିଡିଓ କଲେ ଭାଇରାଲ

71

କରଞ୍ଜିଆ: ଦେଶ ଏତେ ମାତ୍ରାରେ ଆଗାଉଥିବା ବେଲେ ଆଜି ବି ଲୋକଙ୍କ ଚିନ୍ତା ରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ | ଆଜି ବି ଲୋକଙ୍କ ଚିନ୍ତାଧାରା ଅତି ନିମ୍ନମାନର ଥିବା ଦେଖିବାକୁ ମିଳୁଛି | କୁହାଯାଏ ପ୍ରେମ ହେଉଛି ସାଶ୍ବତ | ପ୍ରେମ ଠାରୁ ପବିତ୍ର କିଛି ନାହିଁ | ତେବେ ପ୍ରେମକୁ କେଉଁଠି ପୂଜା କରାଯାଏ ତ କେଉଁଠି ଲୋକେ ଅତି ଅସଭ୍ୟ କାଣ୍ଡ କରୁଛନ୍ତି | ଆଜି ଠାକ ସେହିପରି ଏକ ଘଟଣା ସାମନାକୁ ଆସିଛି | ଦୁଇ ପ୍ରେମୀଯୁଗଳଙ୍କୁ ମଝି ରାସ୍ତାରେ ରଖି ଖୁବ ମାଡ ମାରିବା ସହ ତାଙ୍କୁ ଲଣ୍ଡା କରିବା ସହ ତାଙ୍କ ଭିଡାଓକୁ ଭାଇରାଲ ମଧ୍ୟ କରିଛନ୍ତି କିଛି ଅମାନଷିକ ଯୁବକ | ଏପରି ଲଜ୍ଜ୍ୟକାଣ୍ଡ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମଣ୍ଡୁଆ ଗାଁରେ ହୋଇଥିବାର ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ମଣ୍ଡୁଆ ଗାଁର ଜଣେ ଯୁବତୀଙ୍କ ସହ କରଞ୍ଜିଆ ଏନଏସି ଅଞ୍ଚଳର ଜଣେ ଯୁବକଙ୍କର ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା । ଗତ ୨୨ ତାରିଖ ରାତିରେ ପ୍ରେମିକାକୁ ଦେଖା କରିବାକୁ ଯୁବକ ଜଣକ ମାଣ୍ଡୁଆ ଗାଁକୁ ଯାଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଗାଁ ଲୋକେ ଉଭୟଙ୍କୁ ଘେରି ଯାଇଥିଲେ । ଏହାପରେ ଉଭୟ ପ୍ରେମୀଯୁଗଳଙ୍କୁ ଜୋର ଜବରଦସ୍ତ ଲଣ୍ଡା କରିଥିଲେ ଓ ସେ ସମୟର ଭିଡିଓ ମଧ୍ୟ ରେକର୍ଡିଂ କରି ସୋଶାଲ୍ ମିଡିଆରେ ଛାଡ଼ି ଦେଇଥିଲେ । କୌଣସି ସୂତ୍ରରୁ ଖବର ପାଇ ପୁଲିସ ରାତି ୨ଟାବେଳେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା । ରବିବାର ପୀଡ଼ିତା ଯୁବତୀ କରଞ୍ଜିଆ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ୨୧ଜଣଙ୍କ ନାଁରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ସଜବାଜ ହେଉଛି । ହଟ୍ଟହଟ୍ଟାର ଶିକାର ପ୍ରେମୀଯୁଗଳ ଭିନ୍ନ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ପୁଲିସ ମଧ୍ୟ ମାପିଚୁପି ପ୍ରତିକ୍ରିୟା ରଖୁଥିବାର ଦେଖିବାକୁ ମିଳୁଛି ।

https://www.onakhabar.com/2019/06/accident-at-kendujhar/