OnaKhabar

ଫଳ ଖଆନ୍ତୁ, ରକ୍ତ ହୀନତାରୁ ଦୂରେଇ ରୁହନ୍ତୁ…

0 13

ଆଜି କାଲି ଶରୀରରେ ରକ୍ତ ହୀନତା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି । ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ଏହା ବେଶୀ ଦେଖିବାକୁ ମିଳୁଛି । ତେବେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ସବୁଜ ପନିପରିବା ଖାଇବା ସହ ଫଳ ଖାଇବା ମଧ୍ୟ ନିହାତି ରୂପେ ଆବଶ୍ୟକ । ଏହା ଦ୍ୱାରା ଶରୀର ଉତ୍ତମ ଓ ସୁସ୍ଥ ରହିବା ସହ ରକ୍ତହୀନତା ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଫଳ ଖାଇଲେ ଆପଣ ଶରୀରରେ ରକ୍ତ ହୀନତା ଜନିତ ଅସୁବିଧାରୁ ଦୂରେଇ ରହିବେ…
୧.ଶରୀରରେ ରକ୍ତର ଅଭାବ ଥିଲେ ଡାଳିମ୍ବ ଖାଇବା ଆରମ୍ଭ କରନ୍ତୁା ଏଥିରେ କ୍ୟାଲସିୟମ, ସୋଡିୟମ, ମ୍ୟାଗନେସିୟମ ଓ ପୋଟାସିୟମ ରହିଥିବାରୁ ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
୨.ପ୍ରତିଦିନ ସେଓ ଖାଇବାର ଅଭ୍ୟାସ ରଖନ୍ତୁ । ସେଓ ଫଳ ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହେବା ସହ ରକ୍ତ ସଂଚାଳନ ସଠିକ ଭାବରେ ହୋଇଥାଏ ।
୩. ରକ୍ତର ଅଭାବକୁ ଦୁର କରିବା ପାଇଁ ବିଟ ରସ ପିଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।
୪.ଅଙ୍ଗୁରରେ ଭିଟାମିନ୍ସ,ପୋଟାସିୟମ,କ୍ୟାଲସିୟମ ଓ ଆଇରନ ଭଳି ତତ୍ୱ ରହିଥାଏ । ତେଣୁ ରକ୍ତ ହୀନତାକୁ ଦୂର କରିବା ପାଇଁ ଅଙ୍ଗୁର ଖାଇବା ନିହାତି ଆବଶ୍ୟକ ।

Leave A Reply

Your email address will not be published.