OnaKhabar

ଦୁଇଟି ସ୍ଥାନରେ ଗୁଳିକାଣ୍ଡ : ଜଣେ ମୃତ, ଜଣେ ଗୁରୁତର

0 15

ବାଲେଶ୍ୱର/ଝାରସୁଗୁଡା : ବାଲେଶ୍ୱର ଜିଲ୍ଲା ବାଲିଆପାଳର ଡାଙ୍ଗପିଟା ଗାଁରେ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି | ମୃତକ ଜଣଙ୍କ ହେଉଛନ୍ତି ରାକେଶ ଚୌଧୁରୀ | ସେ ଜଣେ ଦୁଗ୍ଧ ବ୍ୟବସାୟୀ | ସେ ଏକ ବାଇକରେ ଦୁଗ୍ଧ ବେପାର ପାଇଁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା | କିଛି ଦୁର୍ବୁତ୍ତ ଏକ କାରରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି | ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ | ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି |
ଝାରସୁଗୁଡ଼ାରେ ଗୁଳିକାଣ୍ଡରେ ଜଣେ ଗୁରୁତର | ବ୍ରଜରାଜନଗର ପୁରୁଣା ବସଷ୍ଟାଣ୍ଡ ନିକଟରେ ଦୁଇ ଜଣ ଦୁର୍ବୃତ ଏକ ବାଇକରେ ଆସି ଜଣେ ଯୁବକଙ୍କ ଉପରକୁ ଗୁଳି ଚଳାଇଥିଲେ | ଏହି ଗୁଳିମାଡ଼ରେ ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି | ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ନିଆଯାଇଛି | ଗୁଳିକାଣ୍ଡ ପରେ ଦୁର୍ବୁତ୍ତମାନେ ଛାନିଆ ହୋଇ ଆସିଥିବା ବାଇକ ଛାଡି ପଳାଇଛନ୍ତି | ପୁଲିସ ବାଇକ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି |

https://www.onakhabar.com/2019/06/gropu-clashes-in-sambalpur/

Leave A Reply

Your email address will not be published.