OnaKhabar

ଅରଖକୁଦରେ ଚିତଜ୍ଞାନୀ ଚ୍ୟାରିଟେବଲ ଟ୍ରଷ୍ଟର ମେଗା ସ୍ୱାସ୍ଥ୍ୟସେବା ଶିବିର

0 62

ବ୍ରହ୍ମଗିରି: ସତେ ଯେମିତି ଲାଗୁଥିଲା ବ୍ରହ୍ମଗିରି ଥାନା ତଥା କୃଷ୍ଣପ୍ରସାଦ ବ୍ଲକର ଅରଖକୁଦ ଗ୍ରାମରେ ଖୋଲିଛି ଏକ ବଡ଼ ଡାକ୍ତରଖାନା । ଶହ ଶହ ସଂଖ୍ୟାରେ ରୋଗୀ ଆସୁଥିଲେ ଏବଂ ମଗଣା ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ଧରି ଫେରୁଥିଲେ । ଯାହାକୁ ପଚାରିଲେ ଉତ୍ତର ମିଳୁଥିଲା ଫୋନି ବାତ୍ୟା ପରେ ଗାଁକୁ ଡାକ୍ତର ବାବୁମାନେ ଆସିଛନ୍ତି ଓ ସ୍ୱାସ୍ଥ୍ୟ ପରୀକ୍ଷା କରି େଓøଷଧ ଦେଉଛନ୍ତି । ନିଶ୍ଚିତ ଭାବେ ଆମ ଉପରେ ଭଗବାନଙ୍କ ଆର୍ଶୀବାଦ ଅଛି ।
ଏମିତି ଘଟଣା ଦେଖିବାକୁ ମିଳିଛି ଅରଖକୁଦା ଗାଁରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ । କଟକ ସାମନ୍ତସାହି କେନାଲ ରୋଡ ସ୍ଥିତ ଚିତଗ୍ୟାନୀ ଚ୍ୟରିଟେବଲ ଟ୍ରଷ୍ଟ ତରଫରୁ ଫୋନି ପ୍ରଭାବିତ ଅଂଚଳ ଅରଖକୁଦାରେ ଆଜି ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହା ଥିଲା ଟ୍ରଷ୍ଟର ୩୨ତମ ମେଗା ସ୍ୱାସ୍ଥ୍ୟସେବା ଶିବିର । ଶିବିରରେ ପ୍ରାୟ ୧୫୦୦ରୁ ଉଦ୍ଧ୍ୱର୍ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ େଓøଷଧ ପ୍ରଦାନ କରାଯାଇଥିଲା । କଟକ ଶ୍ରୀ ରାମଚନ୍ଦ୍ରଭଂଜ ମେଡିକାଲ କଲେଜ ଓ ସମ୍ବଲପୁର ବୁର୍ଲା ମେଡିକାଲ କଲଜେର ବରିଷ୍ଠ ଡାକ୍ତରମାନେ ରୋଗୀ ସେବା ପାଇଁ ଆସିଥିଲେ ।
ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ରକ୍ତ, ମଳ, ମୂତ୍ର ଆଦି ପରୀକ୍ଷା କରାଯାଇଥିଲା । ଅସ୍ଥିସଲ୍ୟ, ସର୍ଜରୀ, ଦନ୍ତ, କର୍ଣ୍ଣ, ଗଳା, ଚକ୍ଷୁ, ଶିଶୁ ରୋଗ, ସ୍ତ୍ରୀରୋଗ ବିସେଷଜ୍ଞମାନେ ଯୋଗ ଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପ୍ରତ୍ୟେକ ରୋଗୀଙ୍କୁ ମାଗଣାରେ ଆବଶ୍ୟକ େଓøଷଧ ପ୍ରଦାନ କରାଯାଇଥିଲା । କିଛି ଲୋକଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା । ଦନ୍ତ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ଦାନ୍ତ ଉପୁଡା ଯାଇଥିଲା । ଚକ୍ଷୁରୋଗୀଙ୍କୁ ପରୀକ୍ଷା କରାଯାଇ ୧୮ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ଅନ୍ୟମାନଙ୍କର ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେବ ବୋଲି ଜଣା ପଡିଛି ।
ପୁରୀ ସାଂସଦ ପିିନାକୀ ମିଶ୍ର ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇ ଟ୍ରଷ୍ଟକୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରମେୟ ଓ ନ୍ୟୁଜ-୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ସମାଜ ସମ୍ପାଦକ ବାମାପଦ ତ୍ରିପାଠୀ ଏବଂ ବରିଷ୍ଠ ସାମ୍ବାଦିକ ବିପିନ ସିଂ ଯୋଗଦେଇ ଏଭଳି ମେଗା ସ୍ୱାସ୍ଥ୍ୟସେବା ଶିବିର ପାଇଁ ଟ୍ରଷ୍ଟକୁ ସାଧୁବାଦ ଜଣାଇଥିଲେ ।
କାର୍ଯ୍ୟକ୍ରମରେ ଚିତଜ୍ଞାନୀ ଚାରିଟେବଲ ଟ୍ରଷ୍ଟର ମୁଖ୍ୟ ଡାକ୍ତର ଦତ୍ତେଶ୍ୱର ହୋତା ଉପସ୍ଥିତ ଥିଲେ । ଶିବିର ସମ୍ପର୍କରେ ଡାକ୍ତର ହୋତା କହିଥିଲେ ଯେ, ଟ୍ରଷ୍ଟ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରାଯାଇ ଆସୁଛି । ଜିଲ୍ଲାର ଦୁର୍ଗମ ଅଂଚଳକୁ ଡାକ୍ତରୀ ଟିମ ପଠାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆ ଯାଉଛି । ଏହା ପୂର୍ବରୁ ରାଜ୍ୟର ୩୧ଟି ସ୍ଥାନରେ ଆମେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରିଛୁ । ଅରଖକୁଦାରେ ଆଜି ଏହି ସ୍ୱତନ୍ତ୍ର ଶିବିର ହୋଇଛି । । ଫୋନି ପ୍ରଭାବିତ ଅଂଚଳରେ ଲୋକମାନେ ସ୍ୱାସ୍ଥ୍ୟସେବା ପାଇପାରୁ ନାହାଁନ୍ତି । ଏଥିପାଇଁ ଟ୍ରଷ୍ଟ ଏହି ଶିବିର ମାଧ୍ୟମରେ ଲୋକମାନଙ୍କୁ ଚିକିସ୍ଥ୍ୟା ସେବା ସହ ମାଗଣା େଓøଷଧ ଯୋଗାଇ ଦେଉଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସମ୍ପାଦକ ରାଜେଶ୍ୱର ହୋତା ପରିଚାଳନା କରିଥିଲେ ।

Leave A Reply

Your email address will not be published.