OnaKhabar

ବିଜେପି ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କ ନାମାଙ୍କନ ଦାଖଲ

0 19

ଭୁବନେଶ୍ୱର (ଓଏନଏ) : ରାଜ୍ୟସଭା ପାଇଁ ଓଡ଼ିଶା ଖାଲି ହୋଇଥିବା ୩ଟି ଆସନ ମଧ୍ୟରୁ ବିଜେପି ଆଜି ଗୋଟିଏ ଆସନ ପାଇଁ ପ୍ରାର୍ôଥପତ୍ର ଦାଖଲ କରିଛି । ବିଜେପିର ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି । ସେ ଭଭୟ ବିଜେପି-ବିଜେଡି ନେତାଙ୍କ ଗହଣରେ ଉପସ୍ଥିତ ରହି ପ୍ରାର୍ଥୀପତ୍ର ପ୍ରଦାନ କରିଛନ୍ତି ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ରିଟର୍ଣ୍ଣି ଅଫିସରଙ୍କ ନିକଟରେ ବିଧାନସଭାରେ ଏହି ପ୍ରାର୍ôଥପତ୍ର ଦାଖଲ ହୋଇଛି । ପ୍ରାର୍ôଥପତ୍ର ଦାଖଲ ବେଳେ ବିଜେପିର ବିଧାୟକ ପ୍ରଦୀପ ନାୟକ, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ, ବିଜେଡିର ବିଧାୟକ ପ୍ରଫିଲ୍ଲ ସମାଲ, ଦୁଇ ରାଜ୍ୟସଭା ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟସଭା ନିର୍ବାଚନରେ ଜିତିବା ପାଇଁ ବିଜେପିର ଆବଶ୍ୟକୀୟ ସଂଖ୍ୟା ନାହିଁ । ହେଲେ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିବା ପରେ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ସହଯୋଗରେ ବିଜେପି ଗୋଟିଏ ରାଜ୍ୟସଭା ଆସନ ପାଇବାକୁ ଯାଉଛି ।

https://www.onakhabar.com/2019/06/rajyasava-election-sasmit-patra-and-amar-patnaik-filed-nomination/

Leave A Reply

Your email address will not be published.