ବାଇକକୁ ଧକ୍କା ଦେଲା କାର, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର
ବୌଦ୍ଧ: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ଘଟିଥିବାର ଦେଖିବାକୁ ମିଳୁଛି | ଏହି ପରିପେକ୍ଷରେ ଆଜି ପୁଣି ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି ।
ସୂଚନାନୁଯାୟୀ, ପୁରୁଣା କଟକ ଗାଁର ସନ୍ତୋଷ କୁମାର କଣ୍ଟି ଓ ତାଙ୍କ ନବବିବାହିତ ସ୍ତ୍ରୀ ସୁକାନ୍ତି ଏକ ବାଇକ୍ରେ ଦଶପଲ୍ଲାର ବନ୍ଧୁ ଘରକୁ ଯାଉଥିଲେ । ତେବେ ଜାତୀୟ ରାଜପଥର କଖାରଫାଳ ଗାଁ ନିକଟରେ ଏକ କାର୍ ସେମାନଙ୍କ ବାଇକ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିବା ବେଳେ ସୁକାନ୍ତିଙ୍କୁ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଆଡେଣିଗଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁରୁଣାକଟକ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି । ଏବେବି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପକ୍ଷରେ କାର୍ରେ କାରରେ ବସିଥିବା ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ମଧ୍ୟ ପୁରୁଣାକଟକ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
https://www.onakhabar.com/2019/06/accident-at-kendujhar/