OnaKhabar

ପିଇବାକୁ ପାଣି ଆଣୁଥିବା ବେଳେ ଯୁବକଙ୍କ ଗଲା ଜୀବନ

57

କେନ୍ଦୁଝର : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ଏହି ପରିସ୍ଥିତିରେ ଆଜି ପୁଣି କେନ୍ଦୁଝରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଏକ ଟ୍ରକ ଧକ୍କାରେ ପରିବାର ଆଗରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଘଟଣାସ୍ଥଳରେ ଉତ୍ୟକ୍ତ ରାଜପଥ ଅବରୋଧ କରିବା ସହ ଏକ ପ୍ରକାର ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ , କେନ୍ଦୁଝର ଜିଲ୍ଲା ଏନଏଚ-୪୯ର ଟାଉନ ଥାନା ମୋଚିବନ୍ଧ ସ୍କୁଲ ଆଗରେ ଏକ ସଡ଼କ ଦୁର୍ଘଟଣା ଘଟିଛି | ଜଣେ ଯୁବକ ତାଙ୍କ ପରିବାର ସହ କାରରେ ପୁରୁଲିଆରୁ ତାଳଚେରକୁ ଫେରିବା ବାଟରେ ଏହି ଅଘଟଣ ଘଟିଛି । ମଝି ରାସ୍ତାରେ ଶୋଷ ଲାଗିବା ଯୋଗୁଁ ସ୍କୁଲ ନିକଟରୁ ପାଣି ଆଣିବାକୁ ଯୁବକ ଜଣକ କାରରୁ ଓହ୍ଲାଇଥିଲେ । ସେହି ସମୟରେ ଆଗରୁ ଆସୁଥିବା ଏକ ଟ୍ରକ ତାଙ୍କ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକଜଣକ ରାସ୍ତାକୁ ଛିଟିକି ପଡ଼ିଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବା ସହ ଉତ୍ୟକ୍ତ ରାଜପଥ ଅବରୋଧ କରିଛନ୍ତି । ଫଳରେ ସେହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

https://www.onakhabar.com/2019/06/50-seek-at-padmpur/