OnaKhabar

ଦୂତିଙ୍କ ଉପରେ ନର୍ମାଣ ହେବାକୁ ଯାଉଛି ବଲିଉଡ ପିଲ୍ମ, ଅଭିନେତ୍ରୀକୁ ନେଇ ଚର୍ଚ୍ଚା

0 0

ମୁମ୍ବାଇ: ରାଜ୍ୟ ଓ ରାଜ୍ୟ ବାହାରେ ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ନେଇ ଚର୍ଚ୍ଚା ଜୋରରେ ଦେଖିବାକୁ ମିଳୁଛି | ତେବେ ଯେବେଠାରୁ ସେ ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିଛନ୍ତି ତାପର ଠାରୁ ତାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । କିଛିଦିନ ପୂର୍ବରୁ କମେଡ଼ି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ’ରେ ଦୂତୀ ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଯୋଗ ଦେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ଏତେ ସବୁ ଚର୍ଚ୍ଚା ପରେ ଏବେ ଦୂତୀଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଚର୍ଚ୍ଚା ହେଉଛି ଯେ ଦୂତୀଙ୍କ ଉପରେ ଖୁବ୍‌ଶୀଘ୍ର ଏକ ବଲିଉଡ ବାୟୋପିକ୍‌ ଫିଲ୍ମ ତିଆରି ହେବାକୁ ଯାଉଛି ।
ସୂଚନା ଅନୁଯାୟୀ, ଏହି ଫିଲ୍ମ ପାଇଁ ଅନେକ ଫିଲ୍ମ ନିର୍ମାତା ଦୂତୀଙ୍କ ସହ ସମ୍ପର୍କ କରିସାରିଲେଣି । ଦୂତୀଙ୍କ କହିବା ମୁତାବକ ଅଭିନେତ୍ରୀ କଙ୍ଗନା ରାଣାୱତ ହିଁ ଏହି ରୋଲ୍‌ ପାଇଁ ଏକଦମ୍‌ ଫିଟ୍‌ । ହେଲେ କଙ୍ଗନା ଏହି ଫିଲ୍ମ ସାଇନ କରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା । ଏକ ସାକ୍ଷାତକାରରେ ଦୂତୀ କହିଛନ୍ତି ଯେ, ଅନୀଲ କପୁର ଓ ରାକେଶ ଓମପ୍ରକାଶ ତାଙ୍କୁ ଫିଲ୍ମର ରାଇଟ୍ସ ମାଗିଛନ୍ତି । ସେମାନେ ତାଙ୍କ ଉପରେ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି । ହେଲେ ଦୂତୀ ଏପର୍ଯ୍ୟନ୍ତ କାହାକୁ ବି ହଁ କହି ନାହାଁନ୍ତି । ଏହା ବ୍ୟତୀତ ଅନେକ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ତାଙ୍କୁ ଭେଟି ସାରିଲେଣି । ଶେଷରେ ଦୂତୀ କହିଛନ୍ତି, ‘ଲାଗୁଛି ମୋ ଷ୍ଟୋରୀ ବହୁତ ହିଟ୍‌ ହେବ ।’
ଉଲ୍ଲେଖନୀୟ, ଦୂତୀଙ୍କ ପୂର୍ବରୁ ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂହଙ୍କୁ ନେଇ ମଧ୍ୟ ଏକ ବଲିଉଡ ଫିଲ୍ମ ତିଆରି ହୋଇସାରିଛି । ଏଥିରେ ବଲିଉଡର ଲୋକପ୍ରିୟ କଳାକାର ମନୋଜ ବାଜପାୟୀ ବୁଦ୍ଧିଆଙ୍କ କୋଚ ଭୂମିକାରେ ଓ ମୟୁର ପଟୋଲେ ବୁଦ୍ଧିଆଙ୍କ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ୨୦୧୬ରେ ରିଲିଜ୍‌ ହୋଇଥିଲା। ଯାହାର ନିର୍ଦ୍ଦେଶନା ଦେଇଥିଲେ ସୌମେନ୍ଦ୍ର ପାଢ଼ୀ ।

Leave A Reply

Your email address will not be published.