OnaKhabar

ଭୋଜି ଖାଇ ଶିଶୁଙ୍କ ସମେତ ୫୦ ଅସୁସ୍ଥ

0 20

ପଦ୍ମପୁର: ଏକୋଇଶିଆ ଭୋଜି ଖାଇ ୫୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ପଦ୍ମପୁର ଉପଖଣ୍ଡ ଭେଙ୍ଗରାଜପୁରରେ ଗାଁରେ ହୋଇଥିବାର ଜଣାପଡିଛି | ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ସହିତ ପାଇକମାଲ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ କିଛି ଶିଶୁ ବି ଅଛନ୍ତି ।
ସୂଚନା ଅନୁଯାୟୀ, ରବିବାର ଗାଁର ଆନନ୍ଦ ମୁଟକିଆଙ୍କ ପୁଅର ଏକୋଇଶିଆ ଭୋଜି ଥିଲା । ଗ୍ରାମବାସୀମାନେ ଭୋଜି ଖାଇ ଘରକୁ ଫେରିବା ପରେ ଜଣେ ପରେ ଜଣେ ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା ।

https://www.onakhabar.com/2019/06/fraud-employeement-company/

 

Leave A Reply

Your email address will not be published.