OnaKhabar

ପୁଣି ଭାରରେ ବୁହାହେଲେ ଗର୍ଭବତୀ

0 14

ଦଶପଲ୍ଲା : ଉପାନ୍ତ ଅଂଚଳ ନୁହେଁ ଖୋଦ ରାଜଧାନୀ ଭୁବନେଶ୍ୱରରୁ ମାତ୍ର ୧୦୦ କିମି ଦୂରରେ ନୟାଗଡ ଜିଲ୍ଲାରେ ଏକ ଦୁଖଦ ଘଟଣା ସାମ୍ନାକୁ ଆସିଛି । ଫେଲ ମାରିବାରେ ଲାଗିଛି ସରକାରଙ୍କ ଜନନୀ ସୁରକ୍ଷା ଯୋଜନା । ପୁଣି ଭାରରେ ବୁହା ହୋଇ ଜଣେ ପ୍ରସୂତୀଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ଦେଖିବାକୁ ମିଳିଛି |
ଖବରନେବାରୁ ଜଣାପଡିଛି ଯେ , ଦଶପଲ୍ଲା ବ୍ଲକ କଣ୍ଠିପଦର ଗ୍ରାମରେ ଆଜି ଜଣେ ମହିଳା ପ୍ରସବ ବେଦନା ଭୋଗ କରୁଥିଲୋ । ଏହା ଧିରେ ଧିରେ ଅସହ୍ୟ ହୋଇଥିଲା । ଏହା ଦେଖିବା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ ଗ୍ରାମକୁ ରାସ୍ତା ନଥିବାରୁ ଅମ୍ବୁଲାନ୍ସ ଆସି ପାରିନଥିଲା । ଅନ୍ୟ କିଛି ଉପାୟ ନପାଇ ପରିବାର ଲୋକେ ମହିଳାଙ୍କୁ ପ୍ରାୟ ୧ କିମି ଯାଏଁ ଭାରରେ ବୋହିକରି ନେଇଥିଲେ । ଏହାପରେ ଆମ୍ବୁଲାନ୍ସରେ ତାଙ୍କୁ ଭର୍ତି କରାଯାଇ ମେଡିକାଲ ନିଆଯାଇଥିଲା । ବର୍ତମାନ ମହିଳାଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି ।

https://www.onakhabar.com/2019/06/son-shoots-himself-following-a-fight-with-his-mother/

Leave A Reply

Your email address will not be published.