OnaKhabar

ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲରେ ଜାପାନକୁ ହରାଇ ଭାରତ ହେଲା ଚାମ୍ପିଅନ୍

0 0

ହିରୋଶିମା: କମାଲ ଭାରତୀୟ ମହିଳା ହକି ଦଳ | ଗୁରଜିତ୍ ସିଂହଙ୍କ ଡବଲ୍ ଗୋଲ୍ ବଳରେ ଭାରତୀୟ ମହିଳା ହକି ଟିମ୍ ରବିବାର ଏଠାରେ ଜାପାନକୁ ୩-୧ ଗୋଲରେ ହରାଇ ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ ଟାଇଟଲ୍ ଜିତିଛି । ଶନିବାର ଭାରତୀୟ ମହିଳା ଟିମ୍ ସେମିଫାଇନାଲରେ ଚିଲିକୁ ୪-୨ ଗୋଲରେ ହରାଇ ଅଲିମ୍ପିକ୍ କ୍ୱାଲିଫାୟର୍ ରାଉଣ୍ଡରେ ସ୍ଥାନ ପକ୍କା କରିଥିଲା ।
ଆଜି ମ୍ୟାଚରେ ଭାରତ ପକ୍ଷରୁ ଗୁରଜିତ୍ ସିଂହ ଦୁଇଟି ଏବଂ କ୍ୟାପଟେନ୍ ରାନୀ ରାମପଲ୍ (ତୃତୀୟ) ଗୋଟିଏ ଗୋଲ୍ ଦେଇଥିଲେ । ଜାପାନ ପକ୍ଷରୁ କାନୋନ୍ ମୋରି ଗୋଟିଏ ଗୋଲ୍ ଦେଇଥିଲେ । ସଫଳ ପ୍ରଦର୍ଶନ ପାଇଁ ରାନୀ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ଗୁରଜିତ୍ ଟପ୍ ସ୍କୋରର ଭାବେ ପୁରସ୍କୃତ ହୋଇଛନ୍ତି ।
ମ୍ୟାଚର ପ୍ରଥମ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଆରମ୍ଭରୁ ଭାରତ ଆକ୍ରମଣ କରିଥିଲା ଏବଂ ତୃତୀୟ ମିନିଟରେ ହିଁ ଟିମକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାର ଫାଇଦା ଉଠାଇଥିଲେ କ୍ୟାପଟେନ୍ ରାନୀ, ଯିଏ ଜାପାନ ଗୋଲକିପର ଆକିଓ ତାନାକାଙ୍କୁ ଚକମା ଦେଇ ଗୋଲ୍ ବଲକୁ ସିଧା ଗୋଲପୋଷ୍ଟ ଭିତରକୁ ମାରିଥିଲେ ।
ଏହି ଗୋଲ୍ ସହ ଭାରତ ୧-୦ରେ ଆଗୁଆ ହୋଇଥିଲା। ଏହା ପରେ ଭାରତକୁ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ, ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। ଏହା ପରେ ଜାପାନ ପ୍ରତିଆକ୍ରମଣ କରି ଏକାଦଶ ମିନିଟରେ ଗୋଲ୍ ପରିଶୋଧ କରିଥିଲା। ଜାପାନର କାନୋନ୍ ମୋରି ଏହି ଗୋଲଟି ଦେଇଥିଲେ।

Leave A Reply

Your email address will not be published.