OnaKhabar

ମାନସିକ ଭାରସାମ୍ୟ ହରାଇ ପତ୍ନୀ ଓ ତିନି ଛୁଆଙ୍କୁ ହତ୍ୟା କଲି….

0 32

ଦିଲ୍ଲୀ: ରାଜ୍ୟ ଓ ରାଜ୍ୟ ବାହାରେ ଦିନକୁ ଦିନ ଅତି ଅମାନୁଷିକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ଏହି ପରିପେକ୍ଷରେ ଆଜି ମଧ୍ୟ ସେହିପରି ଏକ ଘଟଣା ସାମନକୁ ଆସିଛି । ଜଣେ ବ୍ୟକ୍ତି ତାର ତିନି ଛୁଆଙ୍କ ତଣ୍ଟି ଚିପି ମାରିବା ସହ ସ୍ତ୍ରୀକୁ ଛୁରୀ ପୂରାଇ ହତ୍ୟା କରିଥିବାର ସୂଚନା ମିଳିଛି । ଏହି ଅମାନୁଷିକ ଘଟଣା ରାଜଧାନୀ ନୂଆଦିଲ୍ଲୀର ମହଲୌରୀ ଅଚଂଳରେ ଘଟିଥିବାର ସୂଚନା ମିଳିଛି । ଅଭିଯୁକ୍ତ ଜଣଙ୍କ ହେଲେ ଉପେନ୍ଦ୍ର ଶୁକ୍ଳା ।
ସୂଚନାନୁଯାୟୀ, ଉପେନ୍ଦ୍ର ଶୁକ୍ଳା ଘରୋଇ ଭାବେ ପିଲାଙ୍କୁ ଟ୍ୟୁସନ କରୁଥିଲେ । ଶୁକ୍ରବାର ମଧ୍ୟ ରାତିରେ କୌଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଉପେନ୍ଦ୍ର ମାନସିକ ଭାରସାମ୍ୟ ହରାଇ ତିନି ପିଲାଙ୍କୁ ତଣ୍ଟି ଚିପି ମାରିଦେବା ସହ ପାଖରେ ଥିବା ଏକ ଛୁରୀ ଆଣି ସ୍ତ୍ରୀ ପେଟରେ ପୁରେଇ ଦେଇଥିଲା ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ତିନି ପିଲାଙ୍କ ମଧ୍ୟରେ ଦୁଇଜଣ ଝିଅ ଓ ଜଣେ ପୁଅ ଥିଲେ । ସକାଳୁ ଉପେନ୍ଦ୍ର କବାଟ ନଖୋଲିବାରୁ ଉପେନ୍ଦ୍ରଙ୍କ ମା’ ପାଖ ପଡ଼ୋଶୀଙ୍କୁ ଡ଼ାକି ଥିଲେ । ଘର ଭିତରେ ମା’ ତିନି ଛୁଆଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପୁଲିସକୁ ଏସମ୍ପର୍କରେ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଁଚିଂ ଉପେନ୍ଦ୍ରଙ୍କୁ ଗିରଫ କରିଥିଲା ଓ ମୃତ ଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଉପେନ୍ଦ୍ର ପୁଲିସ ଆଗରେ ନିଜର ଦୋଷ ସ୍ୱୀକାର କରିଥିଲେ । ସେ ମାନସିକ ଭାରସାମ୍ୟ ହରାଇ ଏମିତି କରିଛନ୍ତି ବୋଲି କହିଥିଲେ । ଉପେନ୍ଦ୍ରଙ୍କ ଦ୍ୱାରା ଏକ ଲିଖିତ ନୋଟ ବି ପୁଲିସ ଜବତ କରିଛି । ଏଥିରେ ସେ ଚାରିଜଣଙ୍କୁ ହତ୍ୟା କରିଥିବା ଲେଖିଛନ୍ତି । ଏହା ସହିତ ବ୍ୟବହୃତ ଛୁରୀକୁ ପୁଲିସ ଜବତ କରିଛି ।

https://www.onakhabar.com/2019/06/accident-at-fulbani/

Leave A Reply

Your email address will not be published.