OnaKhabar

ଦୋଳି ଖେଳ ହେଲା କାଳ, ଦଉଡି ଗୁଡାଇ ହୋଇ ନାବାଳିକା ମୃତ

0 20

ନୟାଗଡ: ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ଘଟୁଥିବାର ସୂଚନା ମିଳୁଛି । ଜଣେ ନାବାଳିକା ଦୋଳି ଖେଳୁଥିବା ବେଳେ ଦଉଡିରେ ଗୁଡାଇ ହୋଇ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି । ଏପିର ଅଭାନୀୟ ଘଟଣା ନୟାଗଡ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ହାଟପଦା ଗାଁରେ ହୋଇଛି । ଜଣେ ୧୧ ବର୍ଷୀୟା ନାବାଳିକା ରଜରେ ଲାଗିଥିବା ଦୋଳିକୁ ଖେଳୁଥିବା ବେଳେ ହଠାତ ତା ବେକରେ ଦଉଡିଟି ଗୁଡାଇ ହୋଇଯାଇଥିଲା । ଫଳରେ ନାବାଳିକା ଜଣଙ୍କ ଅଣନିଶ୍ୱାସୀ ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲା । ତେବେ ଏପରି ଘଟଣା ଘଟିବା ପରେ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତର ତାର ମୃତ୍ୟୁ ହୋଇଥିବାର ଜଣାଇଥିଲେ । ଏପରି ଘଟଣା ଘଟିବା ପରେ ସାରା ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି ।

https://www.onakhabar.com/2019/06/murder-case-at-muniguda/

Leave A Reply

Your email address will not be published.