OnaKhabar

କେତେ କୋଟିର ମାଲିକ ଏହି ବଲିଉଡ ଷ୍ଟାରକିଡ୍ସ, ଦେଖନ୍ତୁ ଏହି ଖବରରୁ….

66

ନୂଆଦିଲ୍ଲୀ: କୁହାଯାଏ ଭାଗ୍ୟରେ ଥିଲେ ବଲିଉଡଷ୍ଟାରଙ୍କ ସନ୍ତାନ ଭାବେ ଜନ୍ମ ମିଳେ ବୋଲି । କାରଣ ଷ୍ଟାରଙ୍କ ସନ୍ତାନ ମାନେ ଯେପରି ବିଳାସମୟ ରୂପେ ନିଜ ଜୀବନଙ୍କୁ ଅତିବାହିତ କରନ୍ତି ଯେ କେହି ମଧ୍ୟ ଦେଖି ଇର୍ଷାଳୁ ହୋଇପାରିୂ । ତେବେ ଆମେ ଆପଣଙ୍କୁ ସେହିପରି କିଛି ବଲିଉଡ ଷ୍ଟାରକିଡ୍ସଙ୍କ ବିଷୟରେ ଜଣାଇବୁ ଯେ କି ଆର୍ଶୀବାଦ ରୂପେ ଏହି ଷ୍ଟାରଙ୍କ ଠାରୁ ଜନ୍ମ ହୋଇ ବିଳାସମୟ ଜୀବନ ଅତିବାହିତ କରୁଛନ୍ତି ।

୧. ଆରଧ୍ୟା ବଚ୍ଚନ: ବଲିଉଡ ସେହେନ୍ସା ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶର୍ଯ୍ୟା  ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଝିଅ ଅରାଧ୍ୟା ବଚ୍ଚନ ହେଉଛନ୍ତି ଅନ୍ୟତମ । ତାଙ୍କୁ ଜଣେ ରିପୋର୍ଟର ପ୍ରଶ୍ନ ପଚାରି ଥିଲା କି ତମର ସମ୍ପତ୍ତି କହିଲେ କଣ ଅଛି । ଏହାର ଅତି ସହଜ ଭାବେ ଉତ୍ତର ରଖିଥିଲେ “ମୋ ପାଖରେ ବଚ୍ଚନ ଅଛି” ଯାହା ହେଉଛି ମୋର ସମ୍ପତ୍ତି । ତେବେ ଆରାଧ୍ୟା ବଚ୍ଚନ କେବଳ କଥାରେ ନୁହେଁ ବ୍ୟାଙ୍କ ବାଲାନ୍ସ ହିସାବରେ ମଧ୍ୟ ଖୁବ ଧନୀ ଅଟନ୍ତି । ଯେତେବେଳେ ତାଙ୍କୁ ମାତ୍ର ୪ ବର୍ଷ ହୋଇଥିଲା ତାଙ୍କ ପରିବାର ଦେଢ କୋଟି ଟଙ୍କାର ଏକ ଅଡି କାର ଗିଫ୍ଟରେ ଦେଇଥିଲେ । କେବଳ ଏତିକି ନୁହେଁ ଯେତେବେଳେ ତାଙ୍କର ପ୍ରଥମ ଜନ୍ମ ଦିନ ହୋଇଥିଲା ତାଙ୍କୁ ଏକ ମିନି କୋପର ଦେଇଥିଲେ । କେବଳ ତାଙ୍କୁ ବିଳାସମୟ ଗାଡି ଦିଆଯାଇଛି ତାହା ନୁହେଁ ଦୁବାଇରେ ଆରାଧ୍ୟା ନାଁରେ ଏକ ଘର ମଧ୍ୟ ରହିଛି, ଯାହାର ମୂଲ୍ୟ ପାଖାପାଖି ୫୪ କୋଟିରୁ ଉଦ୍ଧ୍ୱର୍ ହେବ ।

୨. ଆବ୍ରମ ଖାନ୍: ଏହି ଷ୍ଟାରକିଡଙ୍କ ପାଖରେ ଧନ ସମ୍ପତ୍ତି ରହୁ କି ନ ରହୁ କିନ୍ତୁ ଗୋଟିଏ ଜିନିଷ ଭରପୂର ମାତ୍ରାରେ ରହିଥିବାର ଦେଖିବାକୁ ମିଳୁଛି । ଉକ୍ତ ଜିନିଷଟି ହେଉଛି ଫ୍ୟାନ ଫଲୋଉଙ୍ଗିସ୍ । ତେବେ ସେହି ଷ୍ଟାରକିଡ୍ସ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ସାନ ପୁଅ ଆବ୍ରମ ଖାନ୍ । ଆବ୍ରମ ହେଉଛନ୍ତି ଜଣେ ଏପରି ଏକ ଷ୍ଟାରକିଡ୍ସ ଯିଏ କି ଦୁଷ୍ଟାମୀ ଓ ବିଚ୍ଚିକ୍ଷଣ ଗୁଣ ଲାଗି ସବୁଦିନ ଚର୍ଚ୍ଚାକୁ ଆସଥାନ୍ତି । ତେବେ ସବୁଠାରୁ ଗୁରୁତ୍ୱ କଥା ହେଉଛି ଯେ ବଲିଉଡ ଦିବାସ ଦୀପିକା ପାଦୁକୋନ ଓ କାଜୋଲ ଦେବଗନ ଆବ୍ରମ ସହ ସାଙ୍ଗ ହେବା ଲାଗି ତାଙ୍କୁ କିଣିବାକୁ ମଧ୍ୟ ଚାହାଁନ୍ତି । ଆବ୍ରମଙ୍କର ନିଜର ଏକ ଜର୍ସି ମଧ୍ୟ ଅଛି ଆପିଏଲ ଟିମର, ଯାହାର ମାଲିକ ହେଉଛନ୍ତି ଶାହାରୁଖ ଖାନ ।

୩. ଭିଆନ କୁନ୍ଦରା : ବଲିଉଡ ଅଭିନେତ୍ରୀ ସିଲ୍ପା ସେଟ୍ଟି ଓ ବିଜନେସମ୍ୟାନ କରନ କୁନ୍ଦରାଙ୍କ ପୁଅ ଭିଆନ ମଧ୍ୟ ଏହି ତାଲିକାରେ ପଛରେ ନାହାନ୍ତି । ସେ ମଧ୍ୟ ଜଣେ ଧନୀ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି । ତାଙ୍କର ମଧ୍ୟ ଏକ ଆଇପିଏଲ କ୍ରିକେଟ ଟିମରେ ଜର୍ଶି ରହିଛି । ତେବେ ସେ ମିଡିଆ ଓ ଲାଇମଲାଇଟ ଠାରୁ ଖୁବ ଦୂରରେ ରହୁଥିବାର ଦେଖିବାକୁ ମିଳନ୍ତି ।

୪. ଆରିଆନ ଓ ସୁହାନା ଖାନ: ସାନ ପୁଅ ଆବ୍ରମ ଖାନଙ୍କ ନାମ ଯେତେବେଳେ ଏହି ଧନୀ ତାଲିକାରେ ଆସିସାରିଛି ବଡ ଭାଇଭଉଣୀ ମାନେ ଶାହାରୁଖଙ୍କ ବଡ ପୁଅ ଆରିଆନ ଖାନ ଓ ଏକ ମାତ୍ର ଝିଅ ସୁହାନା ଖାନ କିପରି ଏହି ତାଲିକାରେ ବାଦ ପଡିଥାନ୍ତେ । ଏହି ଦୁଇ ଭାଇ ଭଉଣୀମାନେ ମଧ୍ୟ ଖୁବ ବିଳାସମୟ ଜୀବନ ଅତିବାହିତ କରୁଥିବାର ଦେଖିବାକୁ ମିଳନ୍ତି । ଶାହାରୁଖ ଖାନ ଉଭୟ ଭାଇଭଉଣୀଙ୍କୁ ୬୦ ଲକ୍ଷ ଟଙ୍କିଆ କାର ଗିଫ୍ଟ କରିଛନ୍ତି । ତେବେ ଏହି ଦୁଇ ଭାଇ ଭଉଣୀ ବର୍ତ୍ତମାନ ଫିଲ୍ମରେ ଡେବ୍ୟୁ କରିବାକୁ ପୂରା ଜୋରସୋରେ ଲାଗିଛନ୍ତି ।

୫. ଅଦିରା ଚୋପ୍ରା: ବଲିଉଡର ଚୁଲବୁଲି ଅଭିନେତ୍ରୀ ରାଣୀ ମୁଖାର୍ଜୀ ଓ ଆଦିତ୍ୟା ଚୋପ୍ରାଙ୍କ ଲିଟିଲ ପ୍ରିନ୍ସସେ ଆଦିରା ମଧ୍ୟ ଏହି ତାଲିକାରେ ଅଛନ୍ତି । ଅଦିରା ଜନ୍ମ ତାଙ୍କ ବାପାଙ୍କୁ ଏତେମାତ୍ରାରେ ଖୁସି ଦେଇଥିଲା ଯେ ସେ ଜନ୍ମ ହେଉ ହେଉ ତାଙ୍କ ନାଁରେ ଦୁଇ ଦୁଇଟି ବଙ୍ଗଲୋ କରିଦେଇଥିଲେ । ତେବେ ଏହି ଦୁଇଟି ବଙ୍ଗଲୋ ମୁମ୍ବାଇର ଜୁହୁରେ ଥିବା ଜଣାପଡିଛି । ତେବେ ଏବେ ଜନ୍ମ ହୋଇଥିବା ଅଦିରାଙ୍କ ଏହା ହେଉଛି ବିଳାସମୟ ଜୀବନର ପ୍ରଥମ ପାହାଚ । ତେବେ ସେ ଭବିଷ୍ୟତରେ କେତେ କୋଟିର ମାଲିକ ହେବ ଏହିଥିରୁ ଅନୁମାନ କରିହେଉଛି ।