OnaKhabar

ହାତୀ ଆକ୍ରମଣରେ ଦୁଇ ମୃତ

52

ଅନୁଗୁଳ: ହାତୀ ଆକ୍ରମଣରେ ଜିଲ୍ଲାର କଣିହା ବନାଚଂଳ ସୁଲେଇପାଳ ଗାଁରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଦେବରାଜ ସାମଲ ଏବଂ ସୁଧାକର ମହାନ୍ତି ।
ସୂଚନାରୁ ପ୍ରକାଶ, ଗତକାଲି ସଂନ୍ଧ୍ୟାରେ ପାଖ ଜଙ୍ଗଲକୁ ଯାଇଥିଲେ ଦେବରାଜ ସାମଲ । ସେହି ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ, ଫଳରେ ହାତୀ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଦେବରାଜଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସେହିପରି ସେହି ଗାଁର ସୁଧାକର ମହାନ୍ତି ଗତକାଲି ସକାଳେ ପାଖ ଜଙ୍ଗଲକୁ ଯାଇଥିଲେ । ହେଲେ ସେ ଆଉ ଘରକୁ ଫେରି ନଥିଲେ । ଦିନ ଯାଇ ରାତି ହେଲା ଘର ଲୋକ ଯେତେ ଖୋଜା ଖୋଜି କରିବା ସତ୍ୱେ ଆଉ ପାଇ ନଥିଲେ । ହେଲେ ଆଜି ସକାଳେ ପାଖ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ କଣିହାଁ ବନାଚଂଳ ଅଧିକାରୀ ଓ ପୁଲିସ ପହଁଚିଂ ତଦନ୍ତ କରୁଛନ୍ତି ।

https://www.onakhabar.com/2019/05/elephant-killed-2-person/