OnaKhabar

ମେଡିକାଲରୁ ଶିଶୁକୁ ଉଠାଇ ଝୁଣି ଖାଇଲା କୁକୁର, ମେଡିକାଲର ଢିଲା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

55

ବଲାଙ୍ଗିର: ରାଜ୍ୟରେ ପୁଣି ଏକ ଅତି ଅମାନୁଷିକ ଘଟଣା ଘଟିଥିବାର ସୂଚନା ମିଳିଛି | ଗୋଟିଏ କୁକୁର ବଲାଙ୍ଗିରର ଭୀମଭୋଇ ମେଡିକାଲ୍‌ କଲେଜ ଓ ହସପିଟାଲ୍‌ ପରିସରରୁ ଏକ ଶିଶୁର ମୃତଦେହକୁ ଆଣି ରାସ୍ତା ଉପରେ ଝୁଣି ଖାଉଥିବା ଆଜି ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏହା ଦେଖି କୁକୁର ମୁହଁରୁ ମୃତଦେହଟିକୁ ଆଣିବାକୁ ଚେଷ୍ଟା କରିଥିଲେ । ତେବେ ସେଠାରେ ଆଉ କିଛି କୁକୁର ପହଞ୍ଚି ମୃତଦେହକୁ ଝୁଣି ଖାଇ ଦେଇଥିଲେ ।
ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ଏହି ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ମେଡିକାଲ ଛକରେ ମୁଁ ମୋ ବନ୍ଧୁମାନଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ କୁକୁରଟିଏ ଏକ ଶିଶୁର ମୃତଦେହ ଧରି ଦୌଡୁଥିଲା । ଏହା ଦେଖି ଆମେ କୁକୁରର ପିଛା କରିଥିଲୁ । ହେଲେ ଶିଶୁଟି ବଞ୍ଚିଛି କି ନାହିଁ ଆମେ ଜାଣିପାରି ନଥିଲୁ । କୁକୁର ମୁହଁରୁ ମୃତଦେହ ଛଡ଼ାଇବାକୁ ବହୁତ ଚେଷ୍ଟା କରିଥିଲୁ । ହେଲେ ଛଡ଼ାଇ ପାରି ନଥିଲୁ । ମେଡିକାଲରେ ସିସିଟିଭି ଓ ସିକ୍ୟୁରିଟି ଗାର୍ଡ ଥାଇ ଏପରି ଘଟଣା ଘଟିବା ଅତ୍ୟନ୍ତ ଦୁଃଖର କଥା ।

https://www.onakhabar.com/2019/06/a-woman-and-his-son-died-in-lightning/