OnaKhabar

ବଜ୍ରପାତରେ ଗଲା ମାଆ ପୁଅଙ୍କ ଜୀବନ…

0 19

ଅନୁଗୋଳ: ରାଜ୍ୟରେ ଆଜି ଠାରୁ ମୌସୁମୀ ଛୁଇଁଥିବା ବେଳେ ସାରା ରାଜ୍ୟ ଖୁସିଥିବା ବେଳେ କିନ୍ତୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି | ବର୍ଷା ସହ ହେଉଥିବା ଘଡଘଡି କାଳ ହୋଇଥିବାର ଦେଖିବାକୁ ମିଳୁଛି | କାରଣ ଏହି ଘଡଘଡିରେ ମାଆ ପୁଅଙ୍କ ମୃତ୍ୟୁ ହୋଥଇବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ଅନୁଗୋଳ ଥାନା ରନ୍ତଲେଇ ଗାଁରେ ହୋଇଥିବାର ସୂଚନା ମିଳିଛି | ମୃତ ମହିଳା ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ନାଗପୁରର ଉଦାଶା ମାନ୍ଧିନଗରର ୪୦ ବର୍ଷୀୟା ଭଇନା ବାଲାନାଥ ଓ ତାଙ୍କ ପୁଅ ହେଉଛନ୍ତି ୧୦ ବର୍ଷୀୟ ନନ୍ଦୁ ବାଲାନାଥ ।
ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଛି । ସେମାନେ ଯାଯାବର ସମ୍ପ୍ରଦାୟର ବୋଲି ଜଣାପଡ଼ିଛି । ପୂର୍ବରୁ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଅନୁଗୋଳ ଥାନାରେ ଅଭିଯୋଗ ହୋଇ ନଥିବା ବେଳେ ତମ୍ୱୁ ଭିତରେ ଉଭୟଙ୍କ ମୃତଦେହ ପଡ଼ି ରହିଛି । ଏନେଇ ସେମାନଙ୍କର ଜଣେ ସମ୍ପର୍କୀୟ କହିଛନ୍ତି,“ଗତକାଲି ରାତି ପ୍ରାୟ ସାଢେ ନଅରୁ ଦଶ ମଧ୍ୟରେ ବର୍ଷା ହୋଇଥିଲା। ଏହି ସମୟରେ ଭଇନା ରୋଷେଇ ସାରି ତମ୍ୱୁ ଭିତରେ ଖାଇବାକୁ ଯାଉଥିଲେ। ସେତିକି ବେଳେ ବଜ୍ରପାତ ହୋଇଥିଲା ।

https://www.onakhabar.com/2019/06/14-districts-alert/

 

Leave A Reply

Your email address will not be published.