OnaKhabar

ଯୁକ୍ତ ତିନି ନାମଲେଖା ପାଇଁ ୨୪ରୁ ଅନଲାଇନ୍‌ ଆବେଦନ  

0 15

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇ ସାରିଥିବା ବେଳେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ତେବେ ପରୀକ୍ଷାଫଳ ପ୍ରକାଶ ପାଇବା ପୂର୍ବରୁ କିନ୍ତୁ ଯୁକ୍ତ ୩ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଯୁକ୍ତ ୩ରେ ନାମ ଲେଖାଇବାକୁ ଚହୁଁଥିବା ଛାତ୍ରଛାତ୍ରୀମାନେ ଜୁନ୍‌ ୨୪ ତାରିଖରୁ ଅନଲାଇନ୍‌ରେ ଆବେଦନ କରିପାରିବେ ବୋଲି ଆଜି  ଉଚ୍ଚଶିକ୍ଷା ବିଭାଗର ସଚିବ ପାର୍ଥ ସାରଥୀ ମିଶ୍ର । ୨୪ ତାରିଖରୁ ଆବେଦନ ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ଜୁଲାଇ ୮ତାରିଖ ରହିଛି । ଜୁଲାଇ ୧୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ହାର୍ଡ କପି ସାମ୍‌ସ ରିସୋର୍ସ ସେଣ୍ଟରରେ ଦାଖଲ କରିବେ ।

ଉଲ୍ଲେଖନୀୟ, ପ୍ରଥମ ମେରିଟ୍ ଲିଷ୍ଟ୍‌ ଜୁଲାଇ ୧୮ ତାରିଖରେ ପ୍ରକାଶ ପାଇବ । ସେହିପରି ଅଗଷ୍ଟ ୫ ତାରିଖରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ୍ ପ୍ରକାଶ ପାଇବ । ଅଗଷ୍ଟ ୨୪ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି |

 

https://www.onakhabar.com/2019/06/tomorrow-all-school-will-open/

 

Leave A Reply

Your email address will not be published.