OnaKhabar

ପତଳା ହେବାକୁ ଚାହୁଁଥିଲେ ଭେଣ୍ଡିରେ ପାଣି ମିଶାଇ ପିଅନ୍ତୁ..

51

ଭୁବନେଶ୍ୱର: ପନିପରିବା ଭିତରେ ଭେଣ୍ଡି ଏକ ଉତ୍ତମ ପରିବା । ହେଲେ ଭେଣ୍ଡିରେ ପାଣି ମିଶାଇ ପିଇଲେ କେଉଁ ରୋଗ କମିଥାଏ ଏବଂ କଣ ସଫଳ ମିଳିଥାଏ ତାହା ଆସନ୍ତୁ ଜାଣିବା….

* ଏଥିପାଇଁ ଆପଣଙ୍କୁ ୫-୬ଟି ମଧ୍ୟମ ଆକାରରେ ଭେଣ୍ଡିକୁ କାଟି ଧୋଇ ଦିଅନ୍ତୁ । ଏହାକୁ ଏକ ପାତ୍ରରେ କିଛି ପାଣି ଦେଇ ରାତି ସାରା ଭିଜାଇ ରଖନ୍ତୁ । ସକାଳେ ଏହି ପାଣିକୁ ପିଅନ୍ତୁ ।
* ଏବେ ଜାଣନ୍ତୁ ଏହି ପାଣିକୁ ପିଇଲେ କି ଲାଭ ମିଳିଥାଏ । ଏକ ଗ୍ଲାସ ଭେଣ୍ଡି ପାଣିରେ ୬ଗ୍ରାମ କାର୍ବୋହାଇଡ୍ରେଟ, ୮୦ ମାଇକୋଗ୍ରାମ ଫୋଲେଟ, ୩ଗ୍ରାମ ଫାଇବର ଓ ୨ଗ୍ରାମ ପ୍ରୋଟିନ ମିଳିଥାଏ । ଏହା ଆଜମା ରୋଗୀଙ୍କ ପାଇଁ ଖୁବ ଲାଭପ୍ରଦ । ଏହା ଆମର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ ।
* ଯେଉଁମାନେ ମଧୁମେହ ରୋଗରେ ପୀଡ଼ିତ, ସେମାନଙ୍କ ପାଇଁ ବି ଏହା ବରଦାନ ସଦୃଶ । ଏଥିରେ କୌଣସି ପ୍ରକାରର ପାଶ୍ୱର୍ ପ୍ରତିକ୍ରିୟା ନଥାଏ । ଭେଣ୍ଡି ମିଶା ପାଣି କୋଲଷ୍ଟ୍ରୋଲର ସ୍ତରକୁ ବି କମ କରିବାରେ ସହାୟକ ହୋଇଥାଏ । ଯଦି ଆପଣ ଓଜନ କମ କରିବାକୁ ଚାହଁନ୍ତି, ତେବେ ଏହାର ସେବନ କରିବା ମଧ୍ୟ ଭଲ ।

 

https://www.onakhabar.com/2019/06/benifits-of-jack-fruits/