OnaKhabar

ଘାଟି ତଳକୁ ଖସିଲା ବସ୍, ୨୫ ମୃତ,୩୫ ଆହତ

54

ଚଣ୍ଡିଗଡ଼: ରାଜ୍ୟ ଓ ରାଜ୍ୟ ବାହାରେ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟି ଅନେକ ସାଧାରଣ ଜୀବନ ବଳି ପଡୁଥିବାର ଦେଖିବାକୁ ମିଳୁଛି | ଏତେ ମାତ୍ରାରେ ଦୁର୍ଘଟଣା ଘଟୁଥିବା ବେଳେ କିନ୍ତୁ ଡ୍ରାଇଭରମାନଙ୍କର ଡ୍ରାଇଭିଂ ପ୍ରଣାଳୀରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଲୁନାହିଁ | ଏହି ପରିପେକ୍ଷରେ ଆଜି ପୁଣି ଏକ ଦୁର୍ଘଟଣା ଘଟି ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପରି ଅଭାବନୀୟ ଘଟଣା ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର କୁଲ୍ଲୁର ବଞ୍ଜାର ନିକଟରେ ଘଟିଥିବାର ସୂଚନା ମିଳିଛି | ଘାଟି ତଳକୁ ଏକ ବସ୍ ଖସି ଯିବାରୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି ।
ସୂଚନାନୁଯାୟୀ, ବସ୍‌ଟି ବଞ୍ଜାରାରୁ ଗଡ଼ଗୁଶାଣି ଅଭିମୁଖେ ଯାଉଥିବା ବେଳେ ଅସବାଧନତା ହୋଇ ଘାଟି ତଳକୁ ଖସି ପଡିଥିଲା | ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡିଛି |