OnaKhabar

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ଅତି ନର୍ମମ ଭାବେ ହତ୍ୟା କଲେ ଦୃର୍ବୁତ୍ତ

0 14

ଛତ୍ରପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତରେ ଘଟିଛି | ମୃତ ଯୁବକ ଜଣଙ୍କ ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତ ନାୟକ । ତେବେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସୁଶାନ୍ତଙ୍କ ସମେତ ତାଙ୍କର ଦୁଇ ସହଯୋଗୀ ଆହତ ହୋଇଥିଲେ । ସେମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ରାଜନୈତିକ ଶତ୍ରୁତାକୁ ନେଇ ଏହି ହତ୍ୟାକଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀ ବଡଇଚ୍ଛାପୁର ଗାଁର ବୋଲି ସୂଚନା ମିଳିଛି । ପୁଲିସ୍ ଘଟଣାର ତଦନ୍ତ କରୁଛି ।

https://www.onakhabar.com/2019/06/fire-mishap-at-ganjam/

 

Leave A Reply

Your email address will not be published.