OnaKhabar

୧୭ ତମ ଲୋକସଭାର ବାଚସ୍ପତି ନିର୍ବାଚିତ ହେଲେ ଓମ୍ ବିର୍ଲା

0 11

ନୂଆଦିଲ୍ଲୀ: ବିଜେପି ସାଂସଦ ଓମ୍ ବିର୍ଲା ହେଲେ ୧୭ ତମ ଲୋକସଭାର ବାଚସ୍ପତି | ବାଚନିକ ଭୋଟ ମାଧ୍ୟମରେ ସର୍ବସମ୍ମତି କ୍ରମେ ସେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପ୍ରସ୍ତାବ ରଖିଥିଲେ । ରାଜସ୍ଥାନ କୋଟା ଲୋକସଭାରୁ ଓମ୍ ବିର୍ଲା ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ।୧୬ ତମ ଲୋକସଭାରେ ସୁମିତ୍ରା ମହାଜନ ବାଚସ୍ପତି ଥିବା ବେଳେ କିନ୍ତୁ ଚଳିତଥର ଶ୍ରୀମତୀ ମହାଜନ ନିର୍ବାଚନ ଲଢ଼ି ନଥିଲେ । କୋଟା ଆସନରୁ ମୋଟ ଦୁଇ ଥର ଓମ୍ ବିର୍ଲା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ କୋଟା ଦକ୍ଷିଣ ବିଧାନସଭା ଆସନରୁ ୩ଥର ବିଧାୟକ ନିର୍ବାଚିତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ରାମନରୀନ ମୀନାଙ୍କୁ ଓମ୍ ବିର୍ଲା ଚଳିତ ନିର୍ବାଚନରେ ୨.୭୯ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି ।

 

https://www.onakhabar.com/2019/06/om-birla-to-be-lok-sabha-speaker/

Leave A Reply

Your email address will not be published.