OnaKhabar

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଦୁଇ ଯୁବକ ଅଟକ

0 21

ଝାରସୁଗୁଡ଼ା: ରାଜ୍ୟରେ ପୁଣି ଲଜ୍ୟା ଘଟଣା ଘଟିଥିବାର ସୂଚନା ମିଳିଛି । ଜଣେ ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତିକରି ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି ।
ଘଟଣାରୁ ପ୍ରକାଶ, ଝାରସୁଗୁଡ଼ା ଜିଲ୍ଲା ତାଳପଟିଆ ଫାଣ୍ଡି ଅନ୍ତର୍ଗତ ଗୋଟିଏ ଗାଁରେ ଜଣେ ନାବାଳିକାର ମା’ କାମ କରିବାକୁ ଯାଇ ଘରକୁ ଫେରିବାର ବିଳମ୍ବ ହୋଇଥିଲା । ଫଳରେ ନାବଳିକା ଜଣଙ୍କ ମା’କୁ ଖୋଜିବାକୁ ବାହାରି ଯାଇଥିଲା । ନାବାଳିକାକୁ ଏକୁଟିଆ ଦେଖି ବନ୍ଧରପଡ଼ା ଅଚଂଳର ଦୁଇଜଣ ଯୁବକ ତାକୁ ଡ଼ାକିନେଇ ନିକଟସ୍ଥ ବନ୍ଧ ପାଖରେ ଗଣ ଦୁଷ୍କର୍ମ କରିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଖବର ପାଇ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ ଓ ତଳପାଟିଆ ଫାଣ୍ଡିକୁ ଖବର ଦେଇଥିଲେ । ନାବଳିକାକୁ ଉଦ୍ଧାର କରିବା ପରେ ତାଳପଟିଆ ପୁଲିସ ଦୁଇଜଣ ଯୁବକ ଅନୀଲ ବାଗ ଓ ରାଜରାମ ବାଗକୁ ଅଟକ ରଖି ପଚରାଉଚରା ଚଳାଇଛି । ଆଜି ନାବାଳିକାର ଡାକ୍ତରୀମାଇନା କରାଯିବା ପରେ ଅଟକ ଥିବା ଦୁଇଜଣ ଯୁବକଙ୍କୁ ଗିରଫ କରାଯିବ ବୋଲି ସୂଚନା ମଳିଛି ।

https://www.onakhabar.com/2019/06/kathua-gang-rape/

Leave A Reply

Your email address will not be published.