OnaKhabar

ପୂର୍ବତନ ବିଧାୟକଙ୍କ ପରିବାର କଙ୍ଗାରୁ କୋର୍ଟର ଶିକାର, ଗ୍ରାମରୁ ବାସନ୍ଦ

0 0

ଭୁବନେଶ୍ୱର : ରାଜ୍ୟରେ କଙ୍ଗାରୁ କୋର୍ଟ ବ୍ୟାପି ଚାଲିଛି | ବିଭିନ୍ନ ଅଂଚଳରେ ଏହି ଘଟଣା ଦେଖିବାକୁ ମିଳିଛି | ଏବେ ଏହି ଘଟଣା କଟକ ଜିଲ୍ଲା ଆଠଗଡ଼ ଅଂଚଳରେ | ଆଉ ଏହାର ଶିକାର ହୋଇଛନ୍ତି ଜଣେ ପୂର୍ବତନ ବିଧାୟକଙ୍କ ପରିବାର |ଏକ ଜମିଜମା ବିବାଦକୁ ନେଇ ଆଠଗଡର ପୂର୍ବତନ ବିଧାୟକ ରମେଶ ରାଉତଙ୍କ ପରିବାରକୁ ରାଧାଗୋବିନ୍ଦପୁର ଗ୍ରାମରେ ବାସନ୍ଦ କରା ଯାଇଥିବା କଥା ଥାନାରେ ଦିଆ ଯାଇଥିବା ଏକ ଏତାଲାରୁ ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଆଠଗଡ ସହରର ରାସରସିକପୁର ସାହିର ସ୍ୱର୍ଗତ ବାଂଛାନିଧି ପଟ୍ଟନାୟକଙ୍କ ଦାୟାଦଙ୍କ ଠାରୁ ପୂର୍ବତନ ବିଧାୟକ ରମେଶଙ୍କ ପିତା ଭାସ୍କର ଚନ୍ଦ୍ର ରାଉତ କିଣିଥିବା ୧.୧୬ ଏକର ଜମିକୁ ନେଇ ଗ୍ରାମର ଅନ୍ୟ ୨ ଜଣଙ୍କ ସହ ବିବାଦ ଲାଗି ରହିଥିଲ। । ସଂପୃକ୍ତ ବ୍ୟକ୍ତି ମଧ୍ୟ ସେହି ବାଂଛାନିଧି ପଟ୍ଟନାୟକଙ୍କ ଦାୟାଦଙ୍କଠାରୁ ଅନ୍ୟ ଏକ ପ୍ଲଟରୁ ୦.୯୩ ଏକର ଜମି କିଣିଛନ୍ତି । କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ଜମି ବଦଳକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଉକ୍ତ ବିବାଦର ସମାଧାନ ପାଇଁ ଗ୍ରାମସଭା ଡକା ଯାଇଥିଲେ ମଧ୍ୟ ବିଧାୟକଙ୍କ ପରିିବାର ବିଭିନ୍ନ କାରଣରୁ ଗ୍ରହଣ କରିବାକୁ ରାଜି ହୋଇ ନଥିଲେ । ଫଳରେ ଗ୍ରାମ ସଭାର ନିଷ୍ପତି କ୍ରମେ ରମେଶଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରିବା ସହ ଗତ ସୋମବାର ରାତିରୁ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କାଟିବା ସହ ପାନୀୟ ଜଳଯୋଗାଣ ମଧ୍ୟ ବନ୍ଦ କରିଦିଆଯାଇଛି ବୋଲି ଅଭିଯୋଗ ହୋଇଛି ।
ପୂର୍ବତନ ବିଧାୟକ ରମେଶ ଦୀର୍ଘଦିନ ହେଲା ଗ୍ରାମରେ ରହୁ ନଥିଲେ । ଏହି ସମୟରେ ତାଙ୍କ ଭାଇ ଲକ୍ଷ୍ମୀଧର ରାଉତଙ୍କ ପିଲା ମାନଙ୍କୁ ଟ୍ୟୁସନ ଯିବାକୁ ନଦେବା,ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଓ ଜୀବନରେ ମାରିଦେବାକୁ ଧମକ ଦେଉଥିବା ନେଇ ଳକ୍ଷ୍ମୀଧର ନିଜେ ଆଠଗଡ ଥାନାରେ ମଙ୍ଗଳବାର ଅଭିଯୋଗ କରିଛନ୍ତି । ଏହାସହ ଏ ସଂପର୍କରେ ଏକ ଅଭିଯୋଗ ପତ୍ର ସେ ମୁଖ୍ୟମନ୍ତ୍ରୀ,ରାଜ୍ୟ ମାନବାଧିକାର କମିଶନ,କଟକ ଜିଲ୍ଲାପାଳ,ଏସପି,ଆଠଗଡ ଉପଜିଲ୍ଲାପାଳ ଓ ଏସଡିପିଓଙ୍କୁ ଦେଇଥିବା ଜଣା ପଡିଛି । ଏ ସଂପର୍କରେ ଆଠଗଡ ଥାନା ଆଇଆଇସି ପଦାରବିନ୍ଦ ତ୍ରୀପାଠୀଙ୍କୁ ପଚାରିବାରୁ ସେ ଏକ ଲିଖିତ ଅଭିଯୋଗ ଲକ୍ଷ୍ମୀଧର ରାଉତଙ୍କ ଠାରୁ ପାଇଛନ୍ତି ଏବଂ ଘଟଣା ସଂପର୍କରେ ଅନୁସନ୍ଧାନ କରି ଆବଶ୍ୟକ ପଦକ୍ଷେପ ନିଆ ଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.