OnaKhabar

ଗୁପଚୁପ ଖାଆନ୍ତୁ ଏହି ରୋଗରୁ ମୁକ୍ତି ପାଆନ୍ତୁ….

0 18

ଭୁବନେଶ୍ୱର: ସାଧାରତଃ ଗୁପଚୁପ ଖାଇବା ପାଇଁ ଝିଅମାନେ ବହୁତ ପସନ୍ଦ କରିଥାଆନ୍ତି । ଆଜି କାଲି ପୁଅମାନେ ମଧ୍ୟ ଗୁପଚୁପ ଖାଇବାରେ ଆଗରେ ଅଛନ୍ତି । ଝିଅମାନେ ଗୁପଚୁପ ଖାଇବାରେ କୌଣସି ମଉକା ହାତଛଡ଼ା କରନ୍ତି ନାହିଁ । କିଛି ଲୋକଙ୍କ ମତରେ ଗୁପଚୁପ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଡାକ୍ତରମାନେ ମଧ୍ୟ ଗୁପଚୁପ ନଖାଇବାକୁ ପରାମର୍ଶ ଦେଇଥାଆନ୍ତି । କିନ୍ତୁ ଏହି ଧାରଣା ରଖୁଥିବା ଲୋକମାନେ ଏହା ଜାଣିବା ଜରୁରୀ ଯେ, ଠିକ ମାତ୍ରାରେ ଗୁପଚୁପ ଖାଇଲେ ଏହା ଶରୀର ପାଇଁ ଲାଭ ଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଗୁପଚୁପ ଖାଇଲେ କ’ଣ ସବୁ ଲାଭ ହୋଇଥାଏ –

– ଗୁପଚୁପ ପାଣିରେ ଜଲଜିରା ପାଉଡଡର, ଗୋଲମରିଚ ଓ ଜିରା ପାଉଡର ମିଶିଥାଏ । ଏହା ପାଣିରେ ମିଶିିଲେ ପାଣିର ସ୍ୱାଦ ବଢ଼ିଥାଏ । ତେଣୁ ଏହି ପାଣି ପିଇଲେ ଏସିଡିଟି, ବଦହଜମ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼େ ନାର୍ହି ।

– ଗୁପଚୁପ ପାଣି ସହ ଖାଇଲେ ଏହା ଖାଇବା ହଜମ କରିବାରେ ସାହାଯ୍ୟ କରିଥାଏ ।

– କେବଳ ସେତିକି ନୁହେଁ ଏହା ପାଚନ ପ୍ରକ୍ରିୟା ସଠିକ କରିବାରେ ସହଯୋଗ କରିଥାଏ । ବାନ୍ତି ହେବା ସମୟରେ ଗୁପଚୁପ ଖାଇଲେ ଫାଇଦା ହୋଇଥାଏ ।

-ସେହିଭଳି ପାଟି ଭିତରେ ଯଦି ଫୋଟକା ବା’ ଘା ହୋଇଥାଏ ତାହାହେଲେ ଗୁପଚୁପ ଖାଇଲେ ତାହା ଶୀଘ୍ର ଶୁଖିଯାଇଥାଏ ।

– ତେବେ ଅଧିକ ଗୁପଚୁପ ଖାଇବାବେଳେ ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦ୍ଧାନ ରଖିବା ଅବଶ୍ୟକ । ପାଣି କେଉଁଠାରୁ ବ୍ୟବହାର ହେଉଛି ସେଥିପ୍ରତି ସଜାଗ ରହିବା ଜରୁରୀ । ଏଥବ ସହିତ ଗୁପଚୁପର ଠେଲା ପ୍ରସ୍ତୁତି ହେଉଥିବା ସ୍ଥନର ପରିଚ୍ଛନ୍ନତା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।

Leave A Reply

Your email address will not be published.