OnaKhabar

ଫିଲ୍ମରେ ଫ୍ଲପ୍ ହେଲେ ରିୟଲ ଲାଇଫରେ ହିଟ

0 13

ନୂଆଦିଲ୍ଲୀ: ବଲିଉଡ ଏପରି ଏକ ସ୍ଥାନ ଯେଉଁଠି ତିଷ୍ଠି ରହିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇପାରିନଥାଏ । ଆମେ ଆପଣଙ୍କୁ ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ ଯିଏ କି ବଲିଉଡରେ ନିଜର ଧମାକାଦାର ଆକ୍ଟି ନ ଦେଇଥିଲେ ମଧ୍ୟ କିନ୍ତର୍ରିୟଲ ଲାଇଫରେ ଖୁବ ଖୁସୀ ଥିବା ବେଳେ ବହୁତ ଧନୀ ମଧ୍ୟ ଅଟନ୍ତି । ଏହି କ୍ରମରେ କେତେ ଅଭିନେତ୍ରୀ ଅଛନ୍ତି ଚାଲନ୍ତୁ ଜାଣିବା…୧. ଆୟେଶା ଟାକିଆ: ଫିଲ୍ମ ଟାର୍ଜନ ଦ ଓ୍ବାଣ୍ଡର କାର୍ରେ ଜରିଆରେ ନିଜ ଡେବ୍ୟୁ ଫିଲ୍ମ କରି ଫିଲ୍ମ ପେୟାର ଆଓ୍ବାର୍ଡ ବିଜେତା ଆୟେଶା ଟାକିଆଙ୍କ ଅନେକ ପ୍ରଶଂସକ ରହିଛନ୍ତି । ୨୦୦୪ ରେ ଆସିଥିବା ଏହି ଫିଲ୍ମ ଦର୍ଶକଙ୍କ ମନକୁ ଖୁବ ଛୁଇଁଥିଲା । ତେବେ ୨୦୦୪ରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଆୟେଶା ୨୦୦୯ରେ ଶେଷ ଫିଲ୍ମ ଓ୍ବାଣ୍ଟେଡରେ ଅଭିନୟ କରିଥିଲେ ।
ତେବେ ସହି ୨୦୦୯ରେ ଶେଷ ଫିଲ୍ମ କରିଥିବା ଆୟେଶା ନିଜ ବୟଫ୍ରେଣ୍ଡ ଫରହାନ ଆଜମିଙ୍କୁ ବିବାହ ମଧ୍ୟ କରିଥିଲେ । ଫରହାନ ଜଣେ ବ୍ୟବସାୟିକ ହୋଇଥିବା ବେଳେ ନିଜର ଏକ ଚେନ ହୋଟେଲ ମଧ୍ୟ ରହିଛି । ଫରହାନଙ୍କ ବାପା ଅବୁ ଆଜମି ସମାଜବାଦୀ ପାର୍ଟିର ଜଣେ ମୁଖୟ ନେତା ମଧ୍ୟ ଅଟନ୍ତି ।

୨. ଅମ୍ରିତା ଅରୋରା: ଅଭିନେତ୍ରୀ ମଲ୍ଲାଇକା ଅରୋରାଙଅକ ସାନ ଭଉଣୀ ଅମ୍ରିତା ଅରୋରାଙ୍କ ବଲିଉଡରେ ଖୁବ କମ ଅଂଶ ରହିଛି । ସେ ସହ କଳାକାର ଭାବେ ଖୁବ ଚର୍ଚ୍ଚାକୁ ଆସିଛନ୍ତି । ୨୦୦୨ ମସିହାରେ ଡେବ୍ୟୁ ମୁଭି କିତନେ ଦୂର କିତନେ ପାସ ଜରିଆରେ ବଡ ପରଦାକୁ ଆସିଥିଲେ ଏବଂ ୨୦୧୫ରେ କୁଛ ତୋ ହୈ ତେରେ ମେରେ ଦରମିଆଁ ଫିଲ୍ମରେ ଶେଷ ଅଭିନୟ କରିଥିଲେ । କିନ୍ତୁ ୨୦୦୯ରେ ସେ ବିଜନେସମ୍ୟାନ ସକିଲ ଲଡାକଙ୍କୁ ବିବାହ କରିସାରିଥିଲେ । ସକିଲ ଗୋଟେ ବଡ କମ୍ପାନୀର ମାଲିକ ।

୩. ସେଲିନା ଜେଟଲୀ: ୨୦୦୧ର ମିସ ଇଣ୍ଡିଆ ସେଲିନା ଜେଟଲୀ ବଲିଉଡରେ ଏତେ ମାତ୍ରାରେ ଧମାଲ କରିପାରି ନାହାନ୍ତି । ୨୦୦୩ରେ ଜାନାସିନ ଫିଲ୍ମରେ ଡେବ୍ୟୁ କରିଥିଲେ । ତା ପରେ ୨୦୧୧ରରେ ଶେଷ ଫିଲ୍ମ ଅକ୍ଷୟ କୁମାରଙ୍କ ଫିଲ୍ମ ଥ୍ୟାଙ୍କୁରେ ଅଭିନୟ କରିଥିଲେ । ଗୋଟେ ପରେ ଗୋଟେ ଫ୍ଲପ ମୁଭି ଦେବା ପରେ ଅଷ୍ଟ୍ରେରିଆନର ଜଣେ ବ୍ୟବସାୟିକ ପିଟର ହଗଙ୍କୁ ବିବାହ କରିଥିଲେ । ପିଟର ଜଣେ ବ୍ୟବସାୟିକ ହୋଇଥିବା ବେଳେ ତାଙ୍କର ଦୁବାଇ ଓ ସିଙ୍ଗାପୁରରେ ହୋଟେଲ ମଧ୍ୟ ରହିଛି ।

Leave A Reply

Your email address will not be published.