OnaKhabar

ରାୟଗଡା ଷ୍ଟେସନରୁ ଉଦ୍ଧାର ହେଲେ ୮ ମହିଳା ଶ୍ରମିକ

0 0

ରାୟଗଡ଼ା: ଦାଦନ ଖଟିବାକୁ ଯାଉଥିବା ବେଳେ ଉଦ୍ଧାର ହେଲେ ୮ ଜଣ ମହିଳା ଶ୍ରମିକ | ସେମାନେ ସମସ୍ତେ ରାୟଗଡ଼ା ରେଳ ଷ୍ଟେସନ୍‌ରୁ ଉଦ୍ଧାର କରାଯାଇଛି | ତେବେ ଏମାନଙ୍କ ମଧ୍ୟରେ ୩ ଜଣ ନାବାଳିକା ମଧ୍ୟ ଅଛନ୍ତି । ଏହି ସମସ୍ତ ଶ୍ରମିକଙ୍କ ଘର ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ଗାଁରେ ବୋଲି ଜଣାପଡ଼ିଛି । ଆନ୍ଧ୍ରପ୍ରଦେଶ ଓ କେରଳର ବିଭିନ୍ନ ଚିଙ୍ଗୁଡ଼ି ସଂସ୍ଥାକୁ ଏମାନେ କାମ କରିବାକୁ ଯାଉଥିବା ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି । ବେଆଇନ ଭାବେ ଏମାନଙ୍କୁ ଚାଲାଣ କରାଯାଉଥିବା ବେଳେ ଷ୍ଟେସନରୁ ଏମାନଙ୍କୁ ଉଦ୍ଧାର କରାଯାଇଛି । ତେବେ କିଏ ଓ କେବେ ଠାରୁ ଏପରି ଚାଲାଣ କରୁଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

https://www.onakhabar.com/2019/06/dowry-murder/

Leave A Reply

Your email address will not be published.