OnaKhabar

ପଶ୍ଚିମ ଓଡିଶାରେ ମୃଦୁ ଭୂକମ୍ପ ଝଟକା

41

ସମ୍ବଲପୁର : ପଶ୍ଚିମ ଓଡିଶାର କିଛି ସ୍ଥାନରେ ମୃଦୁ ଭୂକମ୍ପ ଅନୁଭୁତ ହୋଇଛି । ଏହା ସମ୍ବଲପୁର, ଝାରସୁଗୁଡା,କୁଚିଣ୍ଡା,ରାଉରକେଲା, ଦେବଗଡ଼ ଏବଂ ବଣାଇ ପ୍ରଭୃତି ଅଂଚଳରେ ଅନୁଭୁତ ହୋଇଥିଲା । ମାତ୍ର ୨ରୁ ୩ ସେକେଣ୍ଡ ପାଇଁ ଏହି ଭୂକମ୍ପ ଅନୁଭୁତ ହେବାରୁ ଏଥିରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ଫଳରେ ଲୋକେମାନେ ଭୟଭୀତ ହୋଇ ଜୀବନରକ୍ଷା ଉଦ୍ଦେଶ୍ୟରେ ଘରୁ ବାହାରକୁ ପଳାଇ ଆସିଥିବାର ସୂଚନା ମିଳିଛି । ଲୋକମାନେ ଏହା ଅନୁଭବ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଏ ସଂପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ । ଭୁକମ୍ପର ତୀବ୍ରତା କେତେ ଥିଲା ତାହା ମଧ୍ୟ କିଛି ଜଣା ପଡିନାହିଁ ।

https://www.onakhabar.com/2019/03/wo-naxal-killed-in-vishakhapatanam/