OnaKhabar

ନିଆଁରେ ପୋଡ଼ି ଝିଅ ମୃତ, ମା’ ଓ ୨ ପିଲା ଗୁରୁତର

42

ଫୁଲବାଣୀ: ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି । ସର୍ଟସର୍କିଟ ହୋଇ ଗଟିଏ ପରିବାରର ୪ ଜଣି ପୋଡି ହୋଇଯାଇଥିବାର ସୂଚନା ମିଳିଛି । ଏପିର ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଗେରୁପଡ଼ା ଗାଁରେ ହୋଇଥିବାର ସୂଚନା ମିଳିଛି । ଘରେ ଶୋଇଥିବା ବେଳେ ବିଦ୍ୟୁତ ସର୍ଟସର୍କିଟି ଯୋଗୁ ମା’ ସହ ତିନି ଶିଶୁ ପୋଡ଼ି ହୋଇଯାଇ ଥିବାର ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଦୁଇଝିଅ ଗୁରୁତର ହୋଇଥିବା ବେଳେ ମା’ ଓ ଶୁଶୁପୁତ୍ର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ ଏମାନଙ୍କୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଫଳରେ ଦୁଇଝିଅଙ୍କ ଶରୀରରେ ୮୦ ପ୍ରତିଶତ ପୋଡ଼ି ହୋଇଯାଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ଗେରୁପଡ଼ା ଗାଁରେ ଅରୁଣ ବେହେରାଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ଅରୁଣ ଘରର ବାହାରେ ଶୋଇଥିବା ହେତୁ ଏ ଦୁର୍ଘଟଣାରୁ ବର୍ତିର୍ ଯାଇଥିଲେ । କିନ୍ତୁ ତାଙ୍କର ପତ୍ନୀ ବାଳମତୀ ବେହରା, ୫ବର୍ଷର ପୁଅ ରୁଦ୍ର ବେହେରା ଆହତ ହୋଇଥିଲେ । ତେବେ ୧୮ ବର୍ଷିୟା଼ ଝିଅ ରମ୍ଭା ବେହେରା ଓ ୧୩ ବର୍ଷିୟା ଝିଅ କ୍ରିଷ୍ଣା ବେହରା ଗୁରୁତର ଆହତ ହୋଇଛନ୍ତି ।

https://www.onakhabar.com/2019/06/youth-beaten-to-death/