OnaKhabar

ହତ୍ୟା ଘଟଣାର ୧୨ ବର୍ଷ ପରେ ଆସିଲା ରାୟ, ସମସ୍ତ ୧୯ ଅଭିଯୁକ୍ତ ଦଣ୍ଡିତ,ଜଣଙ୍କର ମୃତ୍ୟୁ ଘଟିଛି

0 10

ବ୍ରହ୍ମପୁର : ହତ୍ୟା ଘଟଣାର ୧୨ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ | ସାଖ୍ୟ ପ୍ରମାଣକୁ ଆଧାର କରି କୋର୍ଟ ସମସ୍ତ ୧୯ ଜଣ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି |୨୦୦୭ ମସିହା କୁଲଟା ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହାର ରାୟ ଆଜି ପ୍ରକାଶ ପାଇଛିିିି ।

ସୂଚନାଯୋଗ୍ୟ ଯେ,କୁଲଟା ଗ୍ରାମବାସୀ ମହେଶ୍ୱର ବିଭିନ୍ନ ପ୍ରକାରର ଅପରାଧ ଜନିତ କାର୍ଯ୍ୟ କଳାପରେ ସାମିଲ ଥିଲେ । ଏହାକୁ ନେଇ ଗାଁରେ ଏକ ଶାନ୍ତି କମିଟି ମଧ୍ୟ ଗଠନ କରା ଯାଇଥିଲା । ତେବେ ୨୦୦୭ ମସିହାରେ ଏହି କମିଟିର ୧୯ ଜଣ ସଦସ୍ୟ ମହେଶ୍ୱରଙ୍କ ଉପରେ ଆକ୍ରମଣ କରିଥିଲେ ଓ ଏହା ଫଳରେ ମହେଶ୍ୱରଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ୧୯ ଜଣଙ୍କୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍ ସଂଜୟ କୁମାର ସାହୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ସଦର ଥାନାରେ ଏନେଇ ଅଭିଯୋଗ ହେବା ପରେ ସେହି ଗ୍ରାମର ମୋଟ ୧୯ ଜଣଙ୍କୁ ଗିରଫ କରି ପୁଲିସ ଜେଲ ପଠାଇଥିଲା । ପରବର୍ତୀ ସମୟରେ ସର୍ତମୂଳକ ଜାମିନରେ ସମସ୍ତେ ମୁକୁଳିଥିଲେ ମଧ୍ୟ ୧୨ଜଣ ସାକ୍ଷୀଙ୍କର ବୟାନ ଓ ପ୍ରମାଣକୁ ଭିତି କରି ଆଜି ଅତିରିକ୍ତ ଜିଲ୍ଲା ଜଜ୍ ନିଜର ଚୂଡାନ୍ତ ରାୟ ପ୍ରକାଶଷ କରି ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ତେବେ ବିଚାରାଧୀନ ଭାବେ ବନ୍ଦୀ ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା କଥା ଜଣା ପଡିଛି ।ସେହିପରି ଦୋଷୀ ମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆ ଯାଇଛି ଏବଂ ମହେଶ୍ୱର ଙ୍କ ପରିବାରକୁ ୧ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆ ଯାଇଛି ।

Leave A Reply

Your email address will not be published.