OnaKhabar

ଆସନ୍ତା ୨୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

0 1

ଭୁବନେଶ୍ୱର: ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ବୋଲି ଆଜି ସୂଚନା ମିଳିଛି । ତେବେ ଏହି ପରୀକ୍ଷାଫଳ ସକାଳେ ପାର୍କାଶ ପାଇବା ବଦଳରେ ଅପରାହ୍ନ ସାଢ଼େ ୩ଟାରେ ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି । ଏହି ସୂଚନା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଇଛନ୍ତି । ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷାଫଳ କଣ ହେବ ତାହାକୁ ନେଇ ଉଭଯ ଛାତ୍ରଛାତ୍ରୀ ଓ ଅଭିଭାବକ ଆଶା ବାନ୍ଧି ବସିଛନ୍ତି | ଉଲ୍ଲେଖନୀୟ, ଜୁନ୍‌ ୩ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

https://www.onakhabar.com/2019/06/matric-suplimentary-exam/

Leave A Reply

Your email address will not be published.